ସେଲିବ୍ରିଟିଙ୍କୁ ନେହୁରା ହେଉଛନ୍ତି କରନ୍‌ ଜୋହର୍‌

ବମ୍ବେ: ବଲିଉଡର ଲୋକପ୍ରିୟ ଫିଲ୍ମନିର୍ମାତା ମଧ୍ୟରୁ କରନ୍‌ ଜୋହର ଅନ୍ୟତମ। ବ୍ୟକ୍ତିଗତ ଜୀବନ ହେଉ ଅଥବା ଚଳଚ୍ଚିତ୍ର, ବିବାଦରେ ରହିଥାନ୍ତି ସେ। ଏସବୁ ସତ୍ତ୍ୱେ ତାଙ୍କ ଫିଲ୍ମରେ କାମ କରିବାକୁ କଳାକାରମାନେ ଚାହିଁ ରହିଥାନ୍ତି। ହେଲେ ଏବେ ଏମିତି ସମୟ ଆସିଛି ଯେ ତାଙ୍କୁ ସେଲିବ୍ରିଟିଙ୍କୁ ନେହୁରା ହେବାକୁ ପଡ଼ୁଛି। ଆପଣ ଭାବୁଥିବେ ଏହା ପଛରେ କାରଣ କ’ଣ? ତେବେ କରନ୍‌ ତାଙ୍କ ଚର୍ଚ୍ଚିତ ଶୋ’ ‘କଫି ଉଇଥ୍‌ କରନ୍‌’କୁ ଆସିବା ଲାଗି ଏଭଳି କରୁଥିବା ଦେଖାଯାଇଛି।

କରନ୍‌ଙ୍କ ଶୋ’ ଜୁଲାଇ ୭ରୁ ଡିଜ୍ନି ପ୍ଲସ୍‌ ହଟ୍‌ଷ୍ଟାର୍‌ରେ ପ୍ରସାରିତ ହେବ। ଶୋ’ର ନୂଆ ପ୍ରୋମୋ ରିଲିଜ ହୋଇଛି। ଯେଉଁଥିରେ ସମସ୍ତେ ଶୋ’କୁ ଅପେକ୍ଷା କରିଥିବା କରନ୍‌ କହୁଛନ୍ତି। ସେତିକିବେଳେ ‘ଏ ବୁଢ଼ା କେତେ ସିଜନ ଆଣିବ?’ ଶୁଣାଯାଉଛି। ପରେ ତାଙ୍କୁ କରାଯାଇଥିବା ଟ୍ରୋଲଗୁଡ଼ିକ ସ୍କ୍ରିନ୍‌ରେ ନଜର ଆସୁଛି। ଏହାପରେ କରନ୍‌ ଫୋନ୍‌ କରି ଶୋ’ରେ ଅତିଥି ଭାବେ ଆସିବାକୁ ସେଲିବ୍ରିଟିଙ୍କୁ ନେହୁରା ହେଉଥିବା ଦେଖାଯାଉଛି। ଏପରିକି ତାଙ୍କୁ ସେ ଲୋଭନୀୟ ଉପହାର ଦେବା ସହ ବ୍ୟକ୍ତିଗତ କଥା ପଚାରିବେ ନାହିଁ ବୋଲି କହୁଛନ୍ତି।
ଦେଖନ୍ତୁ ଭିଡିଓ:

Share