ଏକୁଟିଆ ଅନୁଭବ କରୁଛନ୍ତି କରନ!

ମୁମ୍ବାଇ: ବଲିଉଡର ଆଗଧାଡିର ନିର୍ଦ୍ଦେଶକ କରନ ଜୋହର ଏବେ ଏକୁଟିଆ ଅନୁଭବ କରୁଛନ୍ତି । ଏକଥା ଆମେ କହୁନୁ ଏକଥା କହୁଛି ତାଙ୍କ ଚାଟ ଶୋ’ କଫି ୱିଥ କରନ । ନିକଟରେ ଏହି ଶୋକୁ ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ସାମନ୍ଥା ପ୍ରଭୁ ଆସିଥିଲେ । ତାଙ୍କ ସହ ବାର୍ତ୍ତାଳାପ ସମୟରେ କରନ ଏମିତି କିଛି କଥା କହିଥିଲେ ଯାହା ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରିଛି । କରନ ଏମିତି ଏକ ବ୍ୟକ୍ତି ଯେ କି ହସି ହସି ବହୁତ କଥା କଥାରେ କଥାରେ ଅନ୍ୟମାନଙ୍କଠାରୁ ବାହାର କରି ଆଣି ଥାଆନ୍ତି । ଏଇ ଯେମିତି ଅକ୍ଷୟଙ୍କୁ ହସି ହସି ସେ ପର୍ସନାଲ ଲାଇଫ କଥା ବି ଦର୍ଶକଙ୍କ ସାମ୍ନାରେ ରଖି ଦେଇଛନ୍ତି । ଅକ୍ଷୟ କହିଥିଲେ ବହୁଥର କିଛି କଥା ପୁସ୍ତକରେ ଲେଖିଇବାକୁ ସେ ତାଙ୍କ ପତ୍ନୀ ଟୁଇଙ୍କିଲଙ୍କୁ ଅଟକାଇ ଦେଇଛନ୍ତି । ଏଥିପାଇଁ ସେ ତାଙ୍କ ଗୋଡ ଧରିବା କଥା ବି ଉଠାଇ ଦେଇଥିଲେ । ଏହା ଶୁଣିବା ପରେ କରନ କହିଥିଲେ, ମୋ ଲାଇଫ୍ ଏମିତି ହୋଇ ନ ଥାଆନ୍ତ । ଅକ୍ଷୟ ଓ ସାମନ୍ଥାଙ୍କ ସହ କଥା ହେବା ସମୟରେ କରନ କହିଛନ୍ତି, ମୋର ସେକ୍ସ ଓ ଲଭ ଲାଇଫ ଖୁବ୍ ଲୋନ୍‌ଲି । ସବୁବେଳେ ହସାଉଥିବା, ହସୁଥିବା ଓ ଥଣ୍ଡା ମୁଣ୍ଡରେ ଚିନ୍ତା କରୁଥିବା ବ୍ୟକ୍ତି କରଣ ଜୋହରଙ୍କ ଏଭଳି କଥା ଶୁଣି ଅକ୍ଷୟ-ସାମନ୍ଥା ସକ୍ ହୋଇଥିବା ସହ ଅଧିକ ଫନି ରିଆକ୍ସନ ଦେଇଥିଲେ । ତେବେ କରନ ଯେ ଜୀବନରେ ଏକେଲାପଣ ଅନୁଭବ କରୁଛନ୍ତି ଏବେ ତାଙ୍କ କଥାକୁ ନେଇ ଚର୍ଚ୍ଚା ଚାଲଛି ।

Share