ଗର୍ଲଫ୍ରେଣ୍ଡଙ୍କ ପାଇଁ ପାହାଡ ଉପରୁ ଡେଇଁ ପଡିଥିଲେ ଏହି ପ୍ରସିଦ୍ଧ ନିର୍ଦ୍ଦେଶକ

ଆଜି ବଲିଉଡର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି। କରଣ ଜୋହର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ୟଶ ଜୋହର, ଯିଏ ବଲିଉଡ ଚଳଚ୍ଚିତ୍ରର ନିର୍ମାତା ତଥା ଧର୍ମ ପ୍ରଡକ୍ସନ୍ସର ପ୍ରତିଷ୍ଠାତା ଥିଲେ। ତାଙ୍କ ମାତାଙ୍କ ନାମ ହିରୁ ଜୋହର। କରଣ ମୁମ୍ବାଇର ଗ୍ରୀନଲାନ୍ସ ହାଇସ୍କୁଲ ଏବଂ ଏଚଆର କଲେଜ ଅଫ କମର୍ସ ଆଣ୍ଡ ଇକୋନୋମିକ୍ସରେ ଅଧ୍ୟୟନ କରିଛନ୍ତି। ସେ ଫରାସୀ ଭାଷାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଜଣେ ନିର୍ଦ୍ଦେଶକ ଭାବରେ କରଣ କୁଛ୍‌ କୁଛ୍‌ ହୋତା ହୈ, କଭି ଖୁସି କଭି ଗମ, କବି ଅଲବିଦା ନା କେହନା, ମାଇଁ ନେମ୍‌ ଇଜ ଖାନ, ଷ୍ଟୁଡେଣ୍ଟ ଅଫ ଦି ଇୟର, ବମ୍ବେ ଟକିଜ ଭଳି ଅନେକ ହିଟ୍‌ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।

କରଣ ଜୋହର ଇଣ୍ଡଷ୍ଟ୍ରିର ଏମିତି ଜଣେ ବ୍ୟକ୍ତିତ୍ୱ, ଯିଏ ବିନା ଦ୍ୱିଧାରେ କ୍ୟାମେରା ଆଗରେ ନିଜ କଥାକୁ ପ୍ରକାଶ କରନ୍ତି। କରଣ ଜୋହରଙ୍କ ଚାଟ ଶୋ ‘କଫି ଓ୍ବିଥ୍‌ କରନ’ ବେଶ୍‌ ଲୋକପ୍ରିୟ। ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା କରି କରଣ ନିଜ ଶୋ’ରେ ତାଙ୍କର ପ୍ରଥମ ପ୍ରେମ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଥିଲେ। ସେ କହିଥିଲେ ଯେ ସେ ଜଣେ ଝିଅକୁ ଭଲ ପାଉ ଥିଲେ, ଯିଏକି ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। କରଣ ଏହା ମଧ୍ୟ କହିଛନ୍ତି ଯେ ଏହି ଝିଅ ପାଇଁ ସେ ଥରେ ପାହାଡରୁ ଡେଇଁପଡିଥିଲେ।

କରଣ ଜୋହରଙ୍କ ପ୍ରଥମ ପ୍ରେମ ଅଭିନେତ୍ରୀ ଟୁଇଙ୍କଲ ଖାନ୍ନା ହିଁ ଥିଲେ। ଉଭୟେ ‘କଫି ଓ୍ବିଥ୍‌ କରନ’ରେ କଥାବାର୍ତ୍ତା ଏହା କହୁଥିବା ଦେଖିବାକୁ ମିଳିଥିଲା। ଏଥି ସହିତ ଟ୍ବିଙ୍କଲ ଖାନ୍ନା ତାଙ୍କ ପୁସ୍ତକ ମିସ ଫନି ବୋନ୍ସରେ ମଧ୍ୟ କହିଥିଲେ ଯେ, କରଣ ତାଙ୍କୁ ଏକପାଖିଆ ଭଲ ପାଆନ୍ତି। ଟ୍ବିଙ୍କଲ କହିଥିଲେ ଯେ, ସେ ଏବଂ କରଣ ଜୋହର ସମାନ ବୋର୍ଡିଂ ସ୍କୁଲରେ ପଢୁଥିଲେ। କରଣଙ୍କୁ ସର୍ବଦା ଭୋକ ଲାଗୁଥିବାରୁ କ୍ୟାଣ୍ଟିନରୁ ଖାଦ୍ୟ ଚୋରି କରିବାକୁ ଟ୍ବିିଙ୍କଲଙ୍କୁ କହୁଥିଲେ।

Share