କରନଙ୍କ ସଙ୍ଗିତ ସେରିମନିରେ ଖୁବ ନାଚିଲେ ସନ୍ନି ଦେଓଲ

ମୁମ୍ବାଇ: ସନ୍ନି ଦେଓଲଙ୍କ ପୁଅ ତଥା ଅଭିନେତା କରଣ ଦେଓଲ ଜୁନ ୧୮ରେ ଦୃଶା ଆଚାର୍ଯ୍ୟଙ୍କ ସହ ବିବାହ ବନ୍ଧନରେ ବନ୍ଧା ହେବାକୁ ଯାଉଛନ୍ତି। ଏବେ ତାଙ୍କର ପ୍ରି ଓ୍ବେଡିଂ ଫଙ୍କସନ ଚାଲିଛି ଏବଂ ଏହି ସମୟ ମଧ୍ୟରେ ତାଙ୍କ ସଂଗୀତ ସମାରୋହରୁ ଅନେକ ଭିଡିଓ ସାମ୍ନକୁ ଆସିଛି। ଏହି ଭିଡିଓଗୁଡିକରେ, ଯେଉଁଠାରେ ସନ୍ନି ଦେଓଲ ପୁଅ କରଣଙ୍କ ସଙ୍ଗୀତରେ ଖୁବ ନାଚୁଥିବାର ନଜର ଆସିଛନ୍ତି, ଧର୍ମେନ୍ଦ୍ର ମଧ୍ୟ ତାଙ୍କ ନାତିଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ନାଚୁଥିବାର ନଜର ଆସିଛନ୍ତି।

ସଂଗୀତ ସମାରୋହରେ ଗଦ୍ଦର ୱାଲ ଲୁକରେ ସନ୍ନି ଦେଓଲ ନଜର ଆସିଥିଲେ। ଯେତେବେଳେ ତାଙ୍କ ସୁପରହିଟ ଫିଲ୍ମ ‘ଗଦ୍ଦର’ର ମେଁ ନିକ୍ଲା ଗାଡି ଲେକେ ଗୀତଟି ବଜାଯାଇଥିଲା, ସେତେବେଳେ ସେ ଏଥିରେ ଖୁବ ନାଚିଥିଲେ। ସୂଚନାଯୋଗ୍ୟ, ସନ୍ନି ଦେଓଲଙ୍କ ମୁଭି ଗଦ୍ଦର ୨୦୦୧ରେ ମୁକ୍ତିଲାଭ କରିଥିଲା, ଯାହା ଜୁନ ୯, ୨୦୨୩ରେ ୨୨ ବର୍ଷ ପରେ ପ୍ରେକ୍ଷାଳୟରେ ପୁନଃ ମୁକ୍ତିଲାଭ କରିଥିଲା। ଏବେ ‘ଗଦର ୨’ର ସିକ୍ୱେଲ ଚଳିତ ବର୍ଷ ଅଗଷ୍ଟ ୧୧ରେ ରିଲିଜ ହେବାକୁ ଯାଉଛି।

Share