୪୫ ମହିଳାଙ୍କୁ ବଳାତ୍କାର ପରେ ଅଶ୍ଳିଳ ଭିଡିଓ କରି ବ୍ଲାକ ମେଲ କରୁଥିଲେ ପାକିସ୍ତାନ ସ୍କୁଲର ପ୍ରିନ୍ସପାଲ

କରାଚି,୬।୯: ପାକିସ୍ତାନର କରାଚିରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି। ସେଠାରେ ଜଣେ ସ୍କୁଲ ପ୍ରିନ୍ସପାଲଙ୍କୁ ୪୫ ଜଣରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ପାକିସ୍ତାନର ଖବରକାଗଜ ‘ଡନ ନ୍ୟୁଜ’ର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ପ୍ରିନ୍ସପାଲଙ୍କ ମୋବାଇଲରୁ ଅନେକ ମହିଳାଙ୍କ ଭିଡିଓ ଏବଂ ଫଟୋ ମଧ୍ୟ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ଶିକ୍ଷକ ଜଣକ ଇରଫାନ ଗଫୁର ମେମନ ବୋଲି ଜଣାପଡିଛି।
ଏହି ଘଟଣାର ଅନୁସନ୍ଧାନ କରୁଥିବା ପୋଲିସ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଜିଓ ନ୍ୟୁଜ ତାଙ୍କ ରିପୋର୍ଟରେ କହିଛି ଯେ ବଳାତ୍କାର ପରେ ସମସ୍ତ ପୀଡିତାଙ୍କୁ ବ୍ଲାକମେଲ କରାଯାଇଛି। ଜିଓ ନ୍ୟୁଜ ସହ ବାର୍ତ୍ତାଳାପ ବେଳେ ଅନୁସନ୍ଧାନକାରୀ ପୋଲିସ ଦାବି କରିଛି ଯେ ଅଭିଯୁକ୍ତ ପ୍ରିନ୍ସପାଲଙ୍କ ମୋବାଇଲରୁ ପୋଲିସ ଏହାର ପ୍ରମାଣ ମଧ୍ୟ ଉଦ୍ଧାର କରିଛି ଏବଂ ଏହି ଘଟଣାରେ ତାଙ୍କୁ ପଚରାଉଚରା ଚାଲିଛି।
‘ଡନ ନ୍ୟୁଜ’ର ରିପୋର୍ଟ ଅନୁଯାୟୀ ଅତୀତରେ କେତେଜଣ ମହିଳାଙ୍କ ଆପତ୍ତିଜନକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଥିଲା। ଯେତେବେଳେ ପୋଲିସ ଏ ବିଷୟରେ ଜାଣିବାକୁ ପାଇଲା, ସେତେବେଳେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଭାଇରାଲ ଫଟୋ ସହିତ ସ୍କୁଲର ପ୍ରଧାନଶିକ୍ଷକ ଏବଂ ଜଣେ ମହିଳା ଶିକ୍ଷକଙ୍କ ମଧ୍ୟରେ ଏକ ଅଶ୍ଳୀଳ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେତେବେଳେ ଭିଡିଓ ଆଧାରରେ ପୋଲିସ ଅନୁସନ୍ଧାନ କଲା, ସେତେବେଳେ ଏହା କରାଚିରେ ଥିବା ଏକ ବିଦ୍ୟାଳୟର ମାମଲା ବୋଲି ଜାଣିବାକୁ ପାଇଲା। ଭାଇରାଲ ଫଟୋରେ ଉପସ୍ଥିତ ଥିବା ସମସ୍ତ ମହିଳା କରାଚିର ଏକ ବିଦ୍ୟାଳୟରେ କାମ କରନ୍ତି । ଯାଞ୍ଚ ବେଳେ ପୋଲିସ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ସନ୍ଦେହ କରିଥିଲା, ଏହା ପରେ ପଚରା ଉଚରା ସମୟରେ ସମସ୍ତ ରହସ୍ୟ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

୩୦ ତାରିଖରେ ନୁହେଁ ଆଜି ଆସିବ ସାଲାରୀ ଟଙ୍କା, ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍‌ଲୀ,୨୫।୯: ସରକାରୀ କର୍ମଚାରୀଙ୍କ ପାଇଁ ସେପ୍ଟେମ୍ୱର ମାସ ଦୁଇଗୁଣ ଖୁସି ନେଇ ଆସିଛି। ସାଧାରଣତଃ ମାସର ଶେଷ ତାରିଖ ଅର୍ଥାତ ୩୦ କିମ୍ୱା ୩୧ ତାରିଖରେ ମିଳୁଥିବା…

ଲଗାଣ ବର୍ଷାରେ ବଢୁଛି ନଦୀ ଜଳସ୍ତର, ଦକ୍ଷିଣ ଓଡ଼ିଶାରେ ବନ୍ୟା

ଭୁବନେଶ୍ୱର,୨୫।୯: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?