କପୁର ମହିଳାଙ୍କୁ ଫିଲ୍ମ ପାଇଁ ଅନୁମତି ନ ଥିଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ବଲିଉଡ୍‌ର କପୁର ପରିବାରରୁ ଆସିଛନ୍ତି। ତାଙ୍କ ଜେଜେ ରାଜ କପୁର, ତାଙ୍କ ବାପା ପୃଥ୍ବୀରାଜ କପୁର ବଲିଉଡ୍‌ରେ ଭଲ ନାମ କମାଇଛନ୍ତି। ହେଲେ ମଧ୍ୟ ତାଙ୍କ କପୁର ପରିବାରରେ ଏକ ଅଜବ ନିୟମ ଥିଲା। ପରିବାରର ଝିଅ ହେଉ ବା ବୋହୂ କାହାରିକୁ ବି ଫିଲ୍ମରେ କାମ କରିବାକୁ ଅନୁମତି ନ ଥିଲା। ଏନେଇ କରୀନା ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ତେବେ ଏହି ନିୟମରେ ପରିବର୍ତ୍ତନର ଶ୍ରେୟ ସେ ତାଙ୍କ ବାପା ରଣଧୀର କପୁରଙ୍କୁ ଦେଇଛନ୍ତି। ରଣଧୀର କପୁର ଦୁନିଆର ସବୁଠୁ ଭଲ ବାପା ବୋଲି ସେ କହିଛନ୍ତି। ସେ ସମୟ ସହିତ ନିଜକୁ ମଧ୍ୟ ବଦଳାଇ ପାରିଛନ୍ତି। ତାଙ୍କ ଭଉଣୀ କରିସ୍ମା କପୁର ତାଙ୍କୁ ଫିଲ୍ମରେ କ୍ୟାରିୟର କରିବାକୁ ନ ଅଟକାଇ ସେଥିରେ ଆଗେଇବାକୁ ପରାମର୍ଶ ଦେଇଥିଲେ। କପୁର ପରିବାରର ପ୍ରଥମ ଝିଅ ଭାବେ କରିସ୍ମାଙ୍କ ପାଇଁ ଏହା କଠିନ ଥିଲା। ଏଥିପାଇଁ ତାଙ୍କ ବାପା ସବୁବେଳେ ସାଥ୍‌ ଦେଇଛନ୍ତି। ରଣଧୀର କପୁର ଜଣେ ଉଚ୍ଚ ବିଚାରୀୟ ବ୍ୟକ୍ତି ଥିବା କରୀନା କହିଛନ୍ତି। ତେବେ କରୀନା ୨୦୦୦ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଛନ୍ତି। ସେ ଅନେକ ସିନେମାରେ କାମ କରି ଲୋକପ୍ରିୟ ହୋଇପାରିଛନ୍ତି। ଶେଷଥର ପାଇଁ ସେ ଚଳଚ୍ଚିତ୍ର ‘ଲାଲ ସିଂ ଚଡ୍ଡା’ରେ ନଜରକୁ ଆସିଥିଲେ। ଏବେ ତାଙ୍କ ହାତରେ ୨/୩ଟି ଫିଲ୍ମ ରହିଛି। ଯେଉଁଥିରେ ସେ ଏବେ ବ୍ୟସ୍ତ ଅଛନ୍ତି। ଏଥିସହ ସେ କିଛି ଡକ୍ୟୁମେଣ୍ଟାରି ସିନେମା ଏବଂ ଟେଲିଭିଜନରେ ମଧ୍ୟ ନଜରକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?