୪୫ ବର୍ଷରେ କପିଳାସ ପ୍ରାଣୀ ଉଦ୍ୟାନ

ଢେଙ୍କାନାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କପିଳାସରେ ଥିବା ପ୍ରାଣୀ ଉଦ୍ୟାନ ୪୫ ବର୍ଷରେ ପଦାର୍ପଣ କରିଛି। ୧୯୭୯ ମସିହା ଜାନୁଆରୀ ୨୬ରେ ସବୁଜିମାମୟ କପିଳାସର ପାଦ ଦେଶରେ ୫ ହେକ୍ଟର ଜାଗାରେ ଡିଅର ପାର୍କରୁ ଏହି ପ୍ରାଣୀ ଉଦ୍ୟାନ ଆରମ୍ଭ ହୋଇଥିଲା। ଏହାପରେ ଦେବୋତ୍ତର ବିଭାଗ ଏବଂ କପିଳାସ ସଂରକ୍ଷିତ ଜଙ୍ଗଲର କିଛି ଅଞ୍ଚଳକୁ ନେଇ ୨୬.୬୪ ହେକ୍ଟରକୁ ଏହା ସମ୍ପ୍ରସାରିତ ହୋଇଥିଲା। ୧ ଏପ୍ରିଲ ୧୯୮୬ରେ ଏହା ମିନି ଜୁ ଭାବେ ମାନ୍ୟତା ପାଇଥିଲା। ଏହି ପ୍ରାଣୀ ଉଦ୍ୟାନରେ ୨୪୭ଟି ଜୀବଜନ୍ତୁ ରହିଛନ୍ତି।
୨୦୦୯ ମସିହାରେ ଏହି ପ୍ରାଣୀ ଉଦ୍ୟାନ ପରିସରରେ ଏକ ହାତୀ ଉଦ୍ଧାର କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ଢେଙ୍କାନାଳ ସମେତ ବିଭିନ୍ନ ଜିଲାରୁ ଉଦ୍ଧାର ହାତୀଛୁଆ ଓ ଉପଦ୍ରବ କରୁଥିବା ହାତୀଙ୍କୁ ଆଣି ଏଠାରେ ରଖାଯିବାର ବ୍ୟବସ୍ଥା ହୋଇଥିଲା। ଏହି ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରରେ ବର୍ତ୍ତମାନ ୭ଟି ହାତୀ ରହିଛନ୍ତି। ଏତଦ୍‌ବ୍ୟତୀତ ଏହା ମଧ୍ୟରେ ଏକ ସ୍ବତନ୍ତ୍ର ଏନ୍‌କ୍ଲୋଜର ରହିଛି। ଏକଦା ତାଳଚେର ଓ ଢେଙ୍କାନାଳ ଜିଲାର ପରଜଙ୍ଗ ଅଞ୍ଚଳରେ ଉପଦ୍ରବ କରି ୧୨ଜଣଙ୍କ ଜୀବନ ନେଇଥିବା ଦନ୍ତାହାତୀ ରାକେଶକୁ ତାର ସ୍ବଭାବରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଏହି ସ୍ବତନ୍ତ୍ର ଏନ୍‌କ୍ଲୋଜରରେ ରଖାଯାଇଛି। ଏତଦ୍‌ବ୍ୟତୀତ ଏହି ଚିଡିଆଖାନାରେ ୧୩୦ ହରିଣ ରହିଥିବା ବେଳେ ଶମ୍ବର, ଭାଲୁ, ମିଥୁନ ଗାଈ, ଜଙ୍ଗଲୀ ବାର୍‌ହା, କୁମ୍ଭୀର, ଅହିରାଜ ଓ କଇଁଛ, ଠେକୁଆ, ମୟୂର, ପେଚା, ଏମୁ ଆଦି ରହିଛନ୍ତି ା ବୋଟିଂ ପାଇଁ ଏକ ଜଳାଶୟ ରହିଛି। ପ୍ରାଣୀ ଉଦ୍ୟାନ ଭ୍ରମଣ ପାଇଁ ଜଣକ ପିଛା ଟିକେଟ୍‌ ମୂଲ୍ୟ ୨୦ଟଙ୍କା ଲେଖାଏ ରଖାଯାଇଥିବା ବେଳେ ବୋଟିଂ ପାଇଁ ୫୦ ଟଙ୍କା ରଖାଯାଇଛି। ସେହିପରି ପ୍ରାଣୀ ଉଦ୍ୟାନରେ ୨୪୭ଟି ଜୀବଜନ୍ତୁ ଓ ହାତୀ ଉଦ୍ଧାର କେନ୍ଦ୍ରରେ ୭ ହାତୀ ରହିଛନ୍ତି। ହାତୀ ଉଦ୍ଧାର କେନ୍ଦ୍ରରେ ହାତୀଙ୍କୁ ତାଲିମ ପାଇଁ କ୍ରଲ୍‌ ଏବଂ ଆସାମରୁ ତାଲିମପ୍ରାପ୍ତ ୫ଜଣ ମାହୁନ୍ତ ଅଛନ୍ତି।
ତେବେ ଏହାର ବିକାଶ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବନବିଭାଗ ସମେତ ଜୁ ଅଥରିଟି ଅଫ୍‌ ଇଣ୍ଡିଆର ଆନ୍ତରିକତା ଅଭାବ ପରିଲକ୍ଷିତ ହେଉଛି। ଫଳରେ ଏହା ଯେତିକି ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା କଥା ତାହା ଦେଖାଯାଉ ନାହିଁ। ସେହିପରି ପ୍ରତିବର୍ଷ ଅଧିକ ପ୍ରାଣୀଙ୍କୁ ଆଣିବା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତାବ ଯାଉଥିଲେ ମଧ୍ୟ ଏ ସମ୍ପର୍କରେ ରାଜ୍ୟ ବନବିଭାଗ କର୍ତ୍ତୃପକ୍ଷ ଆନ୍ତରିକତା ପ୍ରଦର୍ଶନ କରୁ ନ ଥିବା ଆଲୋଚନା ହେଉଛି। ଏଥିସହ ଜରୁରୀ ସମୟରେ ହାତୀ ଓ ଜୀବଜନ୍ତୁଙ୍କ ଚିକିତ୍ସା ପାଇଁ ଜଣେ ଠିକା ପ୍ରାଣୀ ଚିକିତ୍ସକ ରହିଛନ୍ତି। ତାଲିମପ୍ରାପ୍ତ କର୍ମଚାରୀ ମଧ୍ୟ ନାହାନ୍ତି। ଫଳରେ ଆବଶ୍ୟକସ୍ଥଳେ ସାତକୋଶିଆ କିମ୍ବା ନନ୍ଦନକାନନର ଚିକିତ୍ସା ବିଶେଷଜ୍ଞଙ୍କ ଉପରେ ବନବିଭାଗ ନିର୍ଭର କରୁଛି। ଏ ସଂକ୍ରାନ୍ତରେ କପିଳାସ ରେଞ୍ଜର ତରୁଣ କୁମାର ମହାନ୍ତି କହିଛନ୍ତି, ବହୁଦିନ ହେବ ୫ଟି କେଜ୍‌ ନିର୍ମାଣ ହୋଇ ରହିଛି। ପ୍ରତିବର୍ଷ ଅନ୍ୟ ପ୍ରକାରର ପ୍ରାଣୀଙ୍କୁ ଆଣିବା ପାଇଁ ପ୍ରସ୍ତାବ ଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ପର୍ଯ୍ୟାପ୍ତ ଭିତ୍ତିଭୂମି ଓ ପ୍ରକୃତି କୋଳରେ ରହିଥିବା ଏହି କପିଳାସ ପ୍ରାଣୀ ଉଦ୍ୟାନର ବିକାଶ କରିବା ସହିତ ଅଧିକ ପ୍ରାଣୀଙ୍କୁ ରଖାଯାଇପାରିଲେ ଏହା ବହୁସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହିତ ଅଧିକ ଜନାଦୃତ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।
ରିପୋର୍ଟ- ରତନ ନାୟାର, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri