Categories: ଜାତୀୟ

କଂଗ୍ରେସ ହାତ ଛାଡ଼ି ଅଖିଳେଶଙ୍କ ସାଇକେଲରେ ବସିଲେ କପିଲ ସିବଲ…

ଲକ୍ଷ୍ନୌ, ୨୫।୫ : କଂଗ୍ରେସର ବରିଷ୍ଠ ନେତା ତଥା ଜି-୨୩ର ଅସନ୍ତୁଷ୍ଟ ସଦସ୍ୟ କପିଲ ସିବଲ କଂଗ୍ରେସ ହାତ ଛାଡ଼ି ଅଖିଳେଶଙ୍କ ସାଇକେଲରେ ବସିଛନ୍ତି। ଲକ୍ଷ୍ନୌରେ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରି ସେ ଏସମ୍ପର୍କରେ ସୂଚନା ଦେଇଛନ୍ତି।

ମେ’ ୧୬ରେ କଂଗ୍ରେସରୁ ଇସ୍ତଫା ଦେଇଥିବା ନେଇ କପିଲ ସୂଚନା ପ୍ରଦାନ କରିଛନ୍ତି। କପିଲ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହାୟତାରେ ନିର୍ଦ୍ଦଳୀୟ ସଦସ୍ୟ ଭାବେ ରାଜ୍ୟ ସଭାକୁ ଯିବା ଲାଗି ଯୋଜନା କରିଥିବା ପ୍ରକାଶ କରିଛନ୍ତି।

Share