ହ୍ବିଲ୍‌ଚେୟାର୍‌ରେ ବସିଥିବା ନଜର ଆସିଲେ କପିଲ ଶର୍ମା

କମେଡିଆନ୍‌ କପିଲ ଶର୍ମା ମୁମ୍ବାଇ ବିମାନବନ୍ଦରରେ ଏକ ହ୍ବିଲ ଚେୟାର ବସିଥିବା ନଜର ଆସିଥିଲେ। ତାଙ୍କୁ ଦେଖି ପ୍ରଶଂସକ ଚିନ୍ତିତ ହୋଇଯାଇଛନ୍ତି। କପିଲ ବିମାନବନ୍ଦରରେ ମିଡିଆ କ୍ୟାମେରା ଦେଖି ରାଗିଯାଇଥିଲେ। କପିଲଙ୍କ ମିଡିଆ ମ୍ୟାନେଜର୍‌ ଫଟୋଗ୍ରାଫର୍‌ଙ୍କୁ ପରିସ୍ଥିତି ବୁଝିବାକୁ କହିଥିଲେ। ଫଟୋଗ୍ରାଫର୍‌ ବୀରେନ୍ଦ୍ର ଚାଓ୍ବାଲା କପିଲଙ୍କ ଏହି ଭିଡିଓ ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ଏବେ ଭିଡିଓ ଭାଇରାଲ ହୋଇଛି। ଗତ ଦୁଇ ସପ୍ତାହ ହେବ କପିଲ ନିଜ କମେଡି ଶୋ’ରେ ନଜର ଆସୁନାହାନ୍ତି। ନିକଟରେ ଦ୍ୱିତୀୟଥର ପିତା ହୋଇଥିବା କପିଲଙ୍କ ସ୍ବସ୍ଥ୍ୟାବସ୍ଥା ହୋଇଛି ତାହା ଜଣାପଡିନାହିଁ।

Share