ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ କପିଲ

ପ୍ରସିଦ୍ଧ କମେଡିଆନ୍‌ କପିଲ ଶର୍ମା ଆଜିକାଲି ଭୁବନେଶ୍ୱରରେ ଅଛନ୍ତି। ଏକ ଫିଲ୍ମ ଶୁଟିଂ ପାଇଁ ସେ ଏଠାକୁ ଆସିଛନ୍ତି। ଶୁଟିଂରୁ ସମୟ ବାହାର କରି ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ସହ ମିଶି କପିଲ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସାକ୍ଷାତ ବେଳେ କପିଲ ଓ ନନ୍ଦୀତାଙ୍କୁ ନବୀନ ଉପହାର ସ୍ବରୂପ ଓ ଜର୍ସି ଦେଇଥିଲେ। ମୁ୍‌ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହାର ଫଟୋ କପଇ ନିଜ ଟୁଇଟର୍‌ରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଖୁସିର ବିଷୟ। ଏବେ ଭଲ ଆତିଥ୍ୟ ପାଇଁ ଘଣ ଭଳି ଅନୁଭବ ହେଲା। ଏଥିପାଇଁ ପାଇଁ ବହୁତ ଧନ୍ୟବାଦ। ଆପଣଙ୍କ(ନବୀନ) ହୃଦୟ ଯେତିକି ସୁନ୍ଦର ଆପଣଙ୍କ ସହର ମଧ୍ୟ ସେତିକି ସୁନ୍ଦର। ଓଡ଼ିଶା ସବୁବେଳେ ମୋ’ ହୃଦୟରେ ରହିବ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମଧ୍ୟ କପିଲ ଓ ନନ୍ଦୀତାଙ୍କ ଫଟୋ ଟୁଇଟ୍‌ ଲେଖିଛନ୍ତି, ଭୁବନେଶ୍ୱର ଶୁଟିଂରୁ ସମୟ ବାହାର କରି ଆସିଥିବା ଅଭିନେତା ତଥା କମେଡିଆନ କପିଲ ଶର୍ମା ଓ ଫିଲ୍ମ ନିର୍ମାାତା ନନ୍ଦୀତା ଦାସଙ୍କୁ ଭେଟି ଖୁସି ଲାଗିଲା। ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହ୍ୟକୁ ଅଧିକ ପ୍ରୋତତ୍ସାହିତ କରିବାକୁ ସେ ଉଭୟଙ୍କ କହିଥିଲେ।
ନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ କପିଲ ଶର୍ମା ମାସେ ଜଣେ ଡେଲିଭରୀ ବୟ ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ଭୁବନେଶ୍ୱରରେ ଶୁଟିଂ ହେଉଛି।

Share