କପିଲ ଶର୍ମା ଶୋ’ର କୋଟିପତି କମେଡିଆନ୍‌

ବମ୍ବେ: ଟେଲିଭିଜନ ଜଗତର ଲୋକପ୍ରିୟ ଶୋ’ ମଧ୍ୟରୁ ‘ଦ କପିଲ ଶର୍ମା ଶୋ’ ଅନ୍ୟତମ। ସେଲିବ୍ରିଟିମାନଙ୍କ ଗପ୍‌ସପ୍‌ ସାଙ୍ଗକୁ କମେଡିଆନ୍‌ମାନଙ୍କ ମଜାକଥା ଦର୍ଶକଙ୍କ ମନ ଜିଣେ। ଶୋ’ ହୋଷ୍ଟ କପିଲଙ୍କଠାରୁ ଆରମ୍ଭ କରି କିକୁ ଶାରଦା, ସୁମୋନା ଚକ୍ରବର୍ତ୍ତୀ, ଚନ୍ଦନ ପ୍ରଭାକର ଏବଂ ଅନ୍ୟ ସଦସ୍ୟମାନେ ସମସ୍ତଙ୍କ ମନୋରଞ୍ଜନ କରିଥାନ୍ତି। ଏଥିପାଇଁ ସେମାନଙ୍କୁ ମୋଟା ଅଙ୍କର ପାଉଣା ମଧ୍ୟ ମିଳେ। କ’ଣ ଆପଣ ଜାଣନ୍ତି ଶୋ’ରେ ସରଳା ଗୁଲାଟୀ ଭୂମିକାରେ ନଜର ଆସୁଥିବା ସୁମୋନାଙ୍କ ଏପିସୋଡ ପିଛା ଆୟ କେତେ.. ହୁଏତ ନା..।

୧୯୯୯ରେ ଶିଶୁ କଳାକାର ଭାବେ ସୁମୋନା କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମ ‘ମନ୍‌’ରେ ୧୦ ବର୍ଷୀୟ ସୁମୋନା ଅଭିନୟ କରିଥିଲେ। ୨୦୧୧ ମସିହାରେ ତାଙ୍କୁ ବଡ଼ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିଥିଲା। ଏକତା କପୁରଙ୍କ ସିରିଏଲ ‘ବଡେ ଅଚ୍ଛେ ଲଗତେ ହୈ’ରେ ତାଙ୍କୁ ବ୍ରେକ୍‌ ମିଳିଥିଲା। ଏଥିରୁ ତାଙ୍କର ଲୋକପ୍ରିୟତା ବଢ଼ିଥିଲା। ଏବେ କପିଲଙ୍କ ଶୋ’ରେ ସେ କାମ କରୁଛନ୍ତି। ପ୍ରତି ଏପିସୋଡ ପିଛା ତାଙ୍କୁ ୬ରୁ ୭ ଲକ୍ଷ ଟଙ୍କା ମିଳୁଛି। ସେ ବ୍ୟକ୍ତିଗତ ଜୀବନରେ ଗାଡ଼ି ରଖିବାର ସଉକ ରଖିଥିବା କୁହାଯାଏ। ସେ ହୁଣ୍ଡାଇର ୨୭ ଲକ୍ଷ ଟଙ୍କାର ଏକ କାର୍‌ ଚଢ଼ନ୍ତି ବୋଲି ଜଣାପଡ଼ିଛି। ବିଗତ ବର୍ଷ ମଧ୍ୟରେ ସେ କୋଟି କୋଟି ଟଙ୍କାର ମାଲିକାଣି ପାଲଟିଛନ୍ତି।

Share