ଭୁବନେଶ୍ୱରରେ ଫିଲ୍ମ ଶୁଟିଂ କରୁଛନ୍ତି କପିଲ ଶର୍ମା

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ବଲିଉଡ୍‌ର କମେଡି କିଙ୍ଗ୍‌ କପିଲ ଶର୍ମା ଫିଲ୍ମ ଶୁଟିଂ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ସିନେ ନିର୍ମାତା ନନ୍ଦିତା ଦାସଙ୍କ ସହ ସେ ଶୁଟିଂ କରୁଛନ୍ତି । ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁଟିଂ ଆରମ୍ଭ ହୋଇଛି। କପିଲଙ୍କୁ ଦେଖିବା ଲାଗି ପ୍ରବଳ ଭିଡ଼ ଜମୁଛି। କପିଲ ଆସୁଥିବା ଶୁଣି ବହୁ ପ୍ରଶଂସକ ରାସ୍ତାରେ ଏବଂ ଶୁଟିଂ ସ୍ଥଳରେ ଭିଡ଼ ଜମାଇଥିଲେ। ଖଣ୍ଡଗିରି ଥାନା ନିକଟ ଖାରବେଳ ହୋଟେଲ ପାଖ ଜେଡିସିଏ ଆର୍ଟ ସେଣ୍ଟର ପରିସରରେ ଶୁଟିଂ ହୋଇଥିଲା ।

କାହାଣୀ ଅନୁସାରେ ଏହି ସିନେମାରେ କପିଲ ଜଣେ ଫୁଡ୍‌ ଡେଲିଭରୀ ବୟର ଭୂମିକା ତୁଲାଇବେ ଏବଂ ତାଙ୍କ ସ୍ତ୍ରୀ ଭୂମିକାରେ ଶାହାନା ଗୋସ୍ବାମୀ ଅଭିନୟ କରୁଛନ୍ତି। ଆପ୍ଲାଉଜ ଏଣ୍ଟରଟେନ୍‌ମେଣ୍ଟ ଏବଂ ନନ୍ଦିତା ଦାସ ଇନିସିଏଟିଭ୍ସ ଦ୍ୱାରା ଏହି ଫିଲ୍ମଟି ପ୍ରସ୍ତୁତ ହେଉଛି । କପିଲଙ୍କ ସହ ବଲିଉଡ୍‌ର ଆଉ କିଛି କଳାକାର ମଧ୍ୟ ଭୁବନେଶ୍ୱର ଆସିଛନ୍ତି। ଆଉ କିଛିଦିନ ଭୁବନେଶ୍ୱରରେ ଏହି ଶୁଟିଂ ଚାଲୁ ରହିବ।

Share