ସ୍କୁଲ ପାଠ୍ୟକ୍ରମରେ କପିଲ ଶର୍ମାଙ୍କ ବିଷୟ, ପଢ଼ିବେ ଏହି ଶ୍ରେଣୀର ପିଲା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ଛୋଟଠୁ ବଡ଼ ଯାଏ ସମସ୍ତେ ଜାଣିଛନ୍ତି। ଏକ କମେଡି ଶୋ’ରୁ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଆଜି ସେ ଜଣେ ବଡ଼ ଷ୍ଟାର। ସେ ‘ଦ କପିଲ ଶର୍ମା ଶୋ’ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ କରୋନା ମହାମାରୀ ଏବଂ ନିଜର କିଛି ବ୍ୟକ୍ତିଗତ କାରଣ ଯୋଗୁ ତାଙ୍କ ଶୋ’ ବନ୍ଦ ରହିଛି। ମାତ୍ର ସେ ଏବେ ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ଏହା ଜାଣି ତାଙ୍କ ପ୍ରଶଂସକମାନେ ଖୁସି ଅଛନ୍ତି।

କପିଲଙ୍କ ଫ୍ୟାନ୍‌ କ୍ଲବ ପେଜ୍‌ରେ ଶେୟାର ହୋଇଥିବା ଏକ ଫଟୋକୁ କପିଲ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ଏକ ବହୁ ସହ କପିଲଙ୍କ ଫଟୋ ବି ରହିଛି। ଶେୟାର ହୋଇଥିବା ଏହି ବହିରେ କପିଲଙ୍କ ବିଷୟରେ ଲେଖାଯାଇଛି। ଚତୁର୍ଥ ଶ୍ରେଣୀ ସାଧାରଣ ଜ୍ଞାନ ବହିରେ କପିଲ ଶର୍ମାଙ୍କ ନାମରେ ଏକ ବିଷୟ ରହିଛି। ଯାହାର ଟାଇଟେଲ ରହିଛି ‘The comedy king kapil sharma’। ପ୍ରଶଂସକଙ୍କ ପେଜ୍‌ରେ ଲେଖାଯାଇଛି ଆପଣଙ୍କୁ ନେଇ ଆମେ ଗର୍ବିତ। ଶେୟାର ହୋଇଥିବା କପିଲଙ୍କ ଫଟୋରେ ହାର୍ଟ ଇମୋଜି ବି ରହିଛି।

କହିରଖୁଛୁ, ଫେବୃୟାରୀରେ ଦ୍ୱିତୀୟ ଥର ପିତା ହୋଇଛନ୍ତି କପିଲ। ଏଣୁ ସେ ଛୁଟି ନେଇଥିଲେ। ଏହା ବ୍ୟତୀତ କରୋନା ଯୋଗୁ ଶୋ’ର ଶୁଟିଂ ମଧ୍ୟ ହେଉନାହିଁ। ତେବେ ଖୁବ୍‌ଶୀଘ୍ର ଶୋ’ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି।

Share