ପ୍ରଶଂସକଙ୍କୁ ଖୁସି ଖବର ଦେଲେ କମେଡିଆନ୍‌ କପିଲ ଶର୍ମା

ବମ୍ବେ: ପ୍ରଶଂସକଙ୍କୁ ‘ଗୁଡ୍‌ ନ୍ୟୁଜ୍‌’ ଦେଲେ କମେଡିଆନ୍‌ କପିଲ ଶର୍ମା। ଯଦି ଭାବୁଛନ୍ତି ଆଉ ଏକ ନୂଆ ଅତିଥି ତାଙ୍କ ଘରକୁ ଆସୁଛି ବୋଧହୁଏ, ତେବେ ନା। ଏହି ଖୁସି ଖବର ବ୍ୟକ୍ତିଗତ ନୁହେଁ ବରଂ କର୍ମଜୀବନ ସହ ଜଡ଼ିତ। ଟେଲି ପରଦାରୁ ବଡ ପରଦା, ଆଉ ଏବେ ଓଟିଟି ପ୍ଲାଟଫର୍ମରେ ନଜର ଆସିବେ ଏହି କମେଡିଆନ୍‌। ଖୁବ୍‌ଶୀଘ୍ର ନେଟ୍‌ଫ୍ଲିକ୍ସରେ ତାଙ୍କୁ ଦର୍ଶକେ ଦେଖିବାକୁ ପାଇବେ। ଏହି ଗୁଡ୍‌ ନ୍ୟୁଜ୍‌ ସେ ତାଙ୍କର ପ୍ରଶଂସକଙ୍କୁ ଦେଇଛନ୍ତି।

ଖୁସି ଖବର ଦେବାକୁ ଯାଉଥିବା ନେଇ ଟୁଇଟ୍‌ କରିଥିଲେ କପିଲ। ଏହା ପରେ ସେ ପୁଣି ଥରେ ବାପା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହା ଗୁଜବ ପ୍ରମାଣିତ ହୋଇଛି। କପିଲ ଟୁଇଟ୍‌ କରି ସ୍ପଷ୍ଟ କରିଛନ୍ତି ଯେ, ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଶୁଭ ସମାଚାର ଜଣାଇବି ବୋଲି କହିଥିଲେ। ଏହାକୁ ଇଂରାଜୀରେ ‘ଗୁଡ୍‌ ନ୍ୟୁଜ୍‌’ ବୋଲି କୁହନ୍ତି। ମୁଁ ନେଟ୍‌ଫ୍ଲିକ୍ସରେ ଡେବ୍ୟୁ କରିବାକୁ ଯାଉଛି। ଶୀଘ୍ର ଟିଭି, ଲ୍ୟାପ୍‌ଟପ୍‌ ଏବଂ ଫୋନ୍‌ରେ ଭେଟ ହେବ। ଏହି ଖବର ଦେବାକୁ ଥିଲା ବୋଲି ସେ କହିଛନ୍ତି।

Share