ଅକ୍ଷୟ କୁମାରଙ୍କୁ ଏମିତି ଉପହାର ଦେଲେ କପିଲ ଶର୍ମା, ଦର୍ଶକ ହେଲେ ଆଶ୍ଚର୍ଯ୍ୟ

ବଲିଉଡର ଖିଲାଡି ଅକ୍ଷୟ କୁମାର ବହୁ ପ୍ରତୀକ୍ଷିତ ‘ଲକ୍ଷ୍ମୀ ବମ୍‌’ର ପ୍ରମୋସନରେ ଏବେ ବ୍ୟସ୍ତ ଅଛନ୍ତି। ଚଳିତ ସପ୍ତାହରେ ଅକ୍ଷୟ ଟିଭି ଶୋ’ ‘ଦ କପିଲ ଶର୍ମା ଶୋ’ରେ ଫିଲ୍ମର ପ୍ରମୋଶନ କରିବେ। ଅକ୍ଷୟ କୁମାରଙ୍କ ସହ କିଆରା ଆଡଭାନୀ ଏବଂ ରିଅଲ ଲକ୍ଷ୍ମୀ ମଧ୍ୟ ନଜର ଆସିବେ। ଶୋ’ରେ କପିଲ ଶର୍ମଙ୍କ ସହ ଖୁବ୍‌ ମସ୍ତି କରୁଥିବା ନଜର ଆସିବେ ଅକ୍ଷୟ। ଶୋ’ର ଆଗାମୀ ଏପିସୋଡର ଏକ ପ୍ରୋମୋ ରିଲିଜ ହୋଇଛି। ଏହି ପ୍ରମୋରେ ଅକ୍ଷୟ ଏବଂ କପିଲ ଏକାଠି ମଜା କରୁଥିବା ନଜର ଆସିଛନ୍ତି।ଏହି ସମୟରେ କପିଲ ଅକ୍ଷୟ କୁମାରଙ୍କୁ ଏକ ନୋଟ ଗଣନା ମେସିନ ଉପହାର ଦେଇଛନ୍ତି। ପରେ ଅକ୍ଷୟ କହିଛନ୍ତି ଯେ ଏହି ନୋଟ ଗଣନା ମେସିନ କପିଲ ମୋତେ ତାଙ୍କ ଘରୁ ଆଣି ଦେଇଛନ୍ତି। ଏହାର ଅର୍ଥ ସେ ଇଣ୍ଡଷ୍ଟ୍ରିର ଅଧା ଟଙ୍କା ଖାଉଛନ୍ତି। ଅକ୍ଷୟ ଏବଂ କପିଲଙ୍କ ମଧ୍ୟରେ ସମ୍ପର୍କ ବହୁତ ପୁରୁଣା। ଅକ୍ଷୟ ପ୍ରତିଥର ନିଜ ଫିଲ୍ମ ରିଲିଜ୍‌ ପୂର୍ବରୁ କପିଲଙ୍କ ଶୋ’କୁ ଯା’ନ୍ତି। ଅକ୍ଷୟଙ୍କ ଫିଲ୍ମ ଆସନ୍ତା ନଭେମ୍ବର ୯ ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି। ହଟଷ୍ଟାର ବ୍ୟତୀତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ୟୁଏଇର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ରାଘବ ଲରେନ୍ସଙ୍କ ନିର୍ଦ୍ଦେଶିତ ଏହି ହରର୍‌-କମେଡି ଫିଲ୍ମରେ ଅକ୍ଷୟ କୁମାର ଜଣେ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ।

Share