ସୁନିଲଙ୍କ ବିଷୟରେ ଜାଣିବା ପରେ କପିଲଙ୍କୁ ଲାଗିଛି ଝଟ୍‌କା, କହିଲେ ଏମିତି

ବମ୍ବେ: ନିକଟରେ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କମେଡିଆନ୍‌ ସୁନିଲ ଗ୍ରୋଭର। ତାଙ୍କର ହାର୍ଟ ବାଇପାସ୍‌ ସର୍ଜରୀ କରାଯାଇଛି। ଏବେ ସୁସ୍ଥ ଅନୁଭବ କରିବା ପରେ ସେ ଘରକୁ ଫେରିଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜଣାପଡ଼ିବା ପରଠାରୁ ପ୍ରଶଂସକଙ୍କ ସହ ସହକଳାକାରମାନେ ଚିନ୍ତା ପ୍ରକଟ କରୁଛନ୍ତି।

ଏହି କ୍ରମରେ ଅନେକ ବର୍ଷ ଧରି ଏକାଠି କାମ କରିଥିବା କପିଲ ଶର୍ମା ଆଶ୍ଚର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସୁନିଲଙ୍କ ବିଷୟରେ ଜଣାପଡ଼ିବା ପରେ ସେ ଚିନ୍ତାରେ ପଡ଼ିଯାଇଥିଲେ। ଏପରିକି ସେ ତାଙ୍କୁ ଫୋନ୍‌ରୁ ମେସେଜ୍‌ ପଠାଇଥିଲେ। ଡାକ୍ତରଖାନାରୁ ଏବେ ଏବେ ବାହାରିଥିବାରୁ ସେ ଜବାବ ଦେଇ ନ ଥିବା କପିଲ ଏକ ସାକ୍ଷାତକାରରେ କହିଛନ୍ତି। ବହୁତ କମ୍‌ ବୟସରେ ହାର୍ଟ ସର୍ଜରୀ ହୋଇଛି। ହେଲେ ସେ ଶୀଘ୍ର ଠିକ୍‌ ହୋଇଯିବେ। କିଛି ସାଙ୍ଗଙ୍କ ପାଖରୁ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝୁଛି ବୋଲି ମଧ୍ୟ କପିଲ କହିଛନ୍ତି।

ତେବେ ୨୦୧୭ରେ କପିଲ ଏବଂ ସୁନିଲଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେବେଠାରୁ ଉଭୟଙ୍କ ରାସ୍ତା ଅଲଗା ହୋଇଯାଇଛି। ସେମାନଙ୍କୁ ଏକାଠି କାମ କରୁଥିବା ଦେଖିବାକୁ ମିଳୁନାହିଁ।

Share