କେବିସି ଶୁଟିଂ ପାଇଁ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ କପିଲ

ମୁମ୍ବାଇ,୧୦।୧୧: କୋନ ବନେଗା କରୋରପତି(କେବିସି)ର ୧୩ ତମ ସିଜନରେ ଆଗାମୀ ଶାନଦାର ଶୁକ୍ରବାର ଏପିଶୋଡ୍‌ରେ ଅତିଥି ଭାବେ ନଜର ଆସିବେ ଅଭିନେତା ସୋନୁ ସୁଦ ଓ କମେଡିଆନ କପିଲ ଶର୍ମା। ଏହି ଏପିଶୋଡ୍‌ ଶୁଟିଂ ଲାଗି ହାସ୍ୟ ଅଭିନେତା କପିଲ ଧାର୍ଯ୍ୟ ସମୟ ଠାରୁ ୪ ଘଣ୍ଟା ବିଳମ୍ବରେ ଆସିଥିଲେ। ଏଥିଲାଗି କପିଲଙ୍କୁ ସମାଲୋଚନା କରିଥିଲେ କେବିସିର ହୋଷ୍ଟ ଅମିତାଭ ବଚ୍ଚନ।

ସୋନି ଟିଭି ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଥିବା ପ୍ରୋମୋରେ କପିଲ ଓ ସୋନୁ ବିଗ୍‌ ବି’ଙ୍କ ହିଟ୍‌ ଗୀତ ‘ରିମଝିମ ଗିରେ ସାଓ୍ବନ’ ସହ ସେଟ୍‌କୁ ଏଣ୍ଟ୍ରି କରୁଥିବା ଦେଖିବାକୁ ମିଳୁଛି। ବିଳମ୍ବରେ ଆସିବା ଲାଗି କପିଲଙ୍କୁ ବିଗ୍‌ ବି’ ତାଚ୍ଛଲ୍ୟ କରି କହିଥିଲେ, ଆଜି ଆପଣ ଠିକ୍‌ ସମୟରେ ଆସିଛନ୍ତି। ଆପଣଙ୍କୁ ୧୨ ଟାରେ ଭେଟିବାର ଥିଲା। ଠିକ୍‌ ୪.୩୦ରେ ଆପଣ ଆସିଛନ୍ତି।

Share