୯୮ ବର୍ଷରେ କପିଳ ମୁନି ମହୋତ୍ସବ

ପଦ୍ମପୁର,୨୧ା୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍‌ ବିଦେଇପୁର ପଞ୍ଚାୟତର କପିଳ ମୁନି ପଡ଼ିଆରେ ପାଳନ ହେଉଥିବା କପିଳମୁନି ମହୋତ୍ସବ ୯୮ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ ଗତ ୧୩ ତାରିଖରୁ ନବରାତ୍ର ନାମଯଜ୍ଞ ଆରମ୍ଭ ହୋଇ କଳସ ଶୋଭାଯାତ୍ରା, ଅଧିବାସ, ମଙ୍ଗଳ ଆଳତୀ, ଭାଗବତ ପାରାୟଣ ଓ ହରିହାଟ କାର୍ଯ୍ୟକ୍ରମ କରାଯାଉଛି। ୯ ଦିନ ଧରି ଚାଲିବାକୁ ଥିବା ନାମଯଜ୍ଞରେ କରଞ୍ଜଆଡ଼ିଆ, ନାୟକାଣିଡ଼ିହି, ରାଜଘରପୋଖରୀ, ଗୋବିନ୍ଦପୁର, ବାଲମେଦ, ବାଲିମୁଣ୍ଡା ଆଦି ଅଞ୍ଚଳରୁ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦାନ କରି ପୂଜାର୍ଚ୍ଚନା କରିଥିଲେ। ନବରାତ୍ର କାର୍ଯ୍ୟକ୍ରମରେ ନବରାତ୍ର କମିଟି ସଭାପତି ଗଜେନ୍ଦ୍ର ଭୋଇ, ସମ୍ପାଦକ ଶରତ ଚନ୍ଦ୍ର ରାୟ, ଉପସଭାପତି ବସନ୍ତ ମହାନ୍ତି, ସହ ସମ୍ପାଦକ ନରହରି ମହାନ୍ତି ପ୍ରମୁଖ ପରିଚାଳନା କରୁଛନ୍ତି। ଲୋକକଥା ଅନୁଯାୟୀ କପିଳ ମୁନିଙ୍କର ସ୍ବପ୍ନାଦେଶ କ୍ରମେ ଏହି ପୂଜା ମକର ସଂକ୍ରାନ୍ତୀ ଉପଲକ୍ଷେ ବିଧି କରାଯାଉଥିଲା। ପରେ ମହୋସତ୍ବରେ ପରିଣତ ହୋଇ ଏକ ମାସ ଧରି ପାଳିତ ହୋଇଆସୁଛି। ରାଜ୍ୟର ବହୁ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅପେରା ପରିବେଷଣ କରାଯିବ। ଘରକରଣା ସାମଗ୍ରୀ ସମେତ ୫ ଶହରୁ ଊର୍ଦ୍ଧ୍ୱ ଦୋକାନ ବସିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କସିଆ ସାମୁଦ୍ରିକ ପୋଲିସ ଓ ନାୟକାଣିଡ଼ିହି ପୋଲିସ ନିୟୋଜିତ ରହିଛନ୍ତି। ସର୍ବଦଳୀୟ ମକର କମିଟି ସଭାପତି ପ୍ରଭାତ ରାୟ, ସମ୍ପାଦକ ଗୋପାଳ ଚନ୍ଦ୍ର ରାୟ, ସଭ୍ୟ ସୂର୍ଯ୍ୟକାନ୍ତ ମହାନ୍ତି, ବସନ୍ତ ମହାନ୍ତି, ଗଦାଧର ଦାସ, ପ୍ରଦୀପ ରାୟ, ଭାଗିରଥି ବାରିକ, ସଞ୍ଜୟ ମଲ୍ଲିକ ପ୍ରମୁଖ ସହଯୋଗ କରୁଛନ୍ତି।