Categories: ଜାତୀୟ

‘ଗାନ୍ଧୀ ଟାଇଟଲ ନେଇ ଚଳାଯାଉଛି ଦୋକାନ’, ରାହୁଲ ଗାନ୍ଧୀଙ୍କୁ ନେଇ କପିଲ ମିଶ୍ରାଙ୍କ ବଡ ବୟାନ

ନୂଆଦିଲ୍ଲୀ,୨।୪: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଦିଲ୍ଲୀର ପୂର୍ବତନ ବିଧାୟକ କପିଲ ମିଶ୍ରା କହିଛନ୍ତି ଏବେ ଆଗାମୀ ଦିନରେ ରାମନବମୀରେ ୩ ଦିନିଆ ଛୁଟି କରାଯିବ। କାରଣ ରାମ ନବମୀ ପାଳନ କରିବା ସମୟରେ ଯେଉଁଭଳି ହିଂସା ହେଉଛି ଏଥିରୁ ଏହା ଅନୁମାନ କରାଯାଉଛି କି ଆଗାମୀ ରାମ ନବମୀ ପାଳନ ପରେ ଦୁଇ ଦିନ ଛୁଟି ନେବାକୁ ପଡିବ। କାରଣ ଦୁଇ ଦିନ ଚିକିତ୍ସା କରିବାକୁ ପଡିବ। ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କପିଲ ମିଶ୍ରା ଏହା କହିଛନ୍ତି। ସେ ରାଜସ୍ଥାନ ସରକାରଙ୍କ ଉପରେ ତୁଷ୍ଟିକରଣ ଅଭିଯୋଗ କରିଛନ୍ତି।

କପିଲ ମିଶ୍ରା ରାମ ମନ୍ଦିର ଓ ରାହୁଲ ଗାନ୍ଧୀଙ୍କ ଉପରେ ବି ବୟାନ ଦେଇଛନ୍ତି। ସେ କହିଛନ୍ତି, ସମସ୍ତ ବିରୋଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଇଥିପାଇଁ ବିରୋଧ କରୁଛନ୍ତି କାରଣ ଏମାନେ ଆମକୁ ନେଇ ଅସନ୍ତୁଷ୍ଟ ଓ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମଧ୍ୟରେ ପାଚିରି ହୋଇ ଠିଆ ହେଉଛନ୍ତି।

Share