Categories: ଖେଳ

ଏମ୍‌ଏସ୍‌ ଧୋନୀଙ୍କ ଫାର୍ମହାଉସ୍‌ ଆଗରେ ଫିକା ପଡ଼ିବ କପିଲ-କୋହଲି-ତେନ୍ଦୁଲକରଙ୍କ ବଙ୍ଗଳା: ୭ ଏକର ଜାଗାରେ…

ନୂଆଦିଲ୍ଲୀ,୬।୭: ଦୀର୍ଘ ଦୁଇ ବର୍ଷ ଧରି କ୍ରିକେଟରୁ ଦୂରେଇ ଯାଇଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏବେ ପରିବାର ସହ ସମୟ ବିତାଇବା ସହ ଆଇପିଏଲ୍‌ରେ ନଜର ଆସୁଛନ୍ତି। ରାଞ୍ଚିରେ ପରିବାର ସହ ରୁହନ୍ତି ଧୋନୀ। ତେବେ ସେଠାରେ ଥିବା ତାଙ୍କ ଫାର୍ମହାଉସ୍‌ ବିଷୟରେ ନାନାଦି ଚର୍ଚ୍ଚା ହୁଏ। ବାସ୍ତବରେ ଦେଖିଲେ ଧୋନୀଙ୍କ ଏହି ଘର ଆଗରେ କପିଲ ଦେବ, ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକରଙ୍କ ବଙ୍ଗଳା ଫିକା ପଡ଼ିଯିବ।

ଧୋନୀ ଫାର୍ମହାଉସ୍‌ର ନାମ ‘କୈଳାସପତି’। ଏହା ୭ ଏକର ଜାଗାରେ ପରିବ୍ୟାପ୍ତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଫାର୍ମହାଉସ୍‌କୁ ଦେଖି ଯେ କେହି ଦେଖିଲେ ପ୍ରେମରେ ପଡ଼ିଯିବ। ଧୋନୀଙ୍କ ପୁରୁଣା ଘରୁ ଏଠାକୁ ମାତ୍ର ୨୦ ମିନିଟ ସମୟ ଲାଗେ। ବିଶେଷକରି ଖାଲି ସମୟ ଧୋନୀ ଏଠାରେ ବିତାଇବାକୁ ଭଲପାନ୍ତି।

ଫାର୍ମହାଉସ୍‌ରେ ଏକ ଇନ୍‌ଡୋର୍‌ ଷ୍ଟାଡିୟମ ଏବଂ ସୁନ୍ଦର ସୁଇମିଂ ପୁଲ ରହିଛି। ଏଠାରେ ମାହି କ୍ରିକେଟ ଅଭ୍ୟାସ କରିବା ଲାଗି ଏକ ନେଟ୍‌ ପ୍ରାକ୍ଟିସିଂ ପଡ଼ିଆ ରଖିଛନ୍ତି। ଏହାଛଡ଼ା ଅଲ୍‌ଟ୍ରା ମଡନ୍‌ ଜିମ୍‌ ମଧ୍ୟ ରହିଛି। ବାଇକ୍‌ର ସଉକ ରଖିଥିବା ଧୋନୀଙ୍କ ପାଖରେ ୧୦୦ରୁ ଅଧିକ ଗାଡ଼ି ରହିଛି। ସେସବୁକୁ ରଖିବା ଲାଗି ଏକ ବଡ଼ ଗ୍ୟାରେଜ୍‌ ରହିଛି। ଫାର୍ମହାଉସ୍‌ରେ ପଞ୍ଚତାରକା ହୋଟେଲ୍‌ ପରି ସୁବିଧା ରହିଛି। ଧୋନୀ ସେଠାରେ ଚାଷ କରୁଛନ୍ତି। ଏହାର ଅନେକ ଫଟୋ ଏବଂ ଭିଡିଓ ପତ୍ନୀ ସାକ୍ଷୀ ଶେୟାର କରିଥାନ୍ତି। ଯାହାକି ଖୁବ୍‌ ଭାଇରାଲ ହୋଇଥାଏ।

Share