Posted inଖେଳ

ବିସିସିଆଇ ନିଷ୍ପତ୍ତିକୁ କପିଳ ଦେବଙ୍କ ସମର୍ଥନ

ନୂଆଦିଲ୍ଲୀ,୧ା୩: ଘରୋଇ କ୍ରିକେଟ ନ ଖେଳିଲେ ଖେଳାଳିଙ୍କୁ ଜାତୀୟ ଦଳ ଚୟନ ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନେଇଥିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ କପିଳ ଦେବ। ନିକଟରେ ବିସିସିଆଇ ନିର୍ଦ୍ଦେଶ ନ ମାନି ଘରୋଇ କ୍ରିକେଟ ଖେଳି ନ ଥିଲେ ଶ୍ରେୟସ୍‌ ଆୟର ଓ ଇଶାନ କିଶନ। ଉଭୟ ଖେଳାଳିଙ୍କୁ ବିସିସିଆଇ ଏହାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ଦେଇଥିଲା। ଏହାକୁ ନେଇ ଇର୍ଫାନ୍‌ ପଠାନ ଓ କୀର୍ତ୍ତି ଆଜାଦଙ୍କ ଭଳି ଖେଳାଳି ଭିନ୍ନ ମତ ରଖିଥିଲେ। ତେବେ ବିସିସିଆଇର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ କପିଳ ଦେବ। ଘରୋଇ କ୍ରିକେଟକୁ ପ୍ରାଧାନ୍ୟ ଦେବା ଏକ ଜରୁରୀ ନିଷ୍ପତ୍ତି। ବିସିସିଆଇର ଏହି ନିଷ୍ପତ୍ତି କିଛି ଖେଳାଳିଙ୍କ ପାଇଁ ହୁଏତ କଷ୍ଟଦାୟକ ହୋଇପାରେ ମାତ୍ର ରଣଜୀ ଟ୍ରଫି ପରି ଟୁର୍ନାମେଣ୍ଟ ପାଇଁ ଏହା ଲାଭଦାୟକ ହେବ।

କପିଳ ଦେବ କୌଣସି ଖେଳାଳିଙ୍କ ନାମ ନେଇ ନ ଥିଲେ ମଧ୍ୟ ଇଶାନ ଓ ଶ୍ରେୟସଙ୍କ ଆଡକୁ ଇସାରା କରିଥିଲେ। କିଛି ଖେଳାଳି ଅସୁବିଧାରେ ପଡିବେ ମାତ୍ର ଦେଶର ସ୍ବାର୍ଥ ଆଗରେ ଏହାର କୌଣସି ମୂଲ୍ୟ ନାହିଁ। ଦେଶର ସ୍ବାର୍ଥକୁ ପ୍ରାଥମିକତା ଦେଇଥିବାରୁ ମୁଁ ବିସିସିଆଇକୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ସେ କହିଥିଲେ। ଆଜି କାଲି ଜଣେ ଖେଳାଳି ନିଜକୁ ଅନ୍ତର୍ଜାତୀୟ କ୍ରିକେଟର ଭାବରେ ପ୍ରତିଷ୍ଠିତ କରିବା ପରେ ଆଉ ଘରୋଇ କ୍ରିକେଟ ଖେଳୁନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନିକଟରେ ବିସିସିଆଇ ପକ୍ଷରୁ ଏହାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରୁ ଇଶାନ୍‌ କିଶନ ଓ ଶ୍ରେୟସ ଆୟରଙ୍କୁ ବାଦ୍‌ ଦିଆଯାଇଥିଲା।

୨୫ ବର୍ଷୀୟ କିଶନ ବ୍ୟକ୍ତିଗତ କାରଣ ଦର୍ଶାଇ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରି ଯାଇଥିଲେ। ଏପରିକି ଇଂଲଣ୍ଡ ଟେଷ୍ଟ ସିରିଜରେ ମଧ୍ୟ ସେ ସମାନ କାରଣ ଦର୍ଶାଇ ଖେଳି ନ ଥିଲେ। ତେବେ ମାସେ ପରେ ଆରମ୍ଭ ହେବାକୁ ଥିବା ଆଇପିଏଲ ପାଇଁ ସେ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିଲେ। ବିସିସିଆଇ ଏଥିରେ ଖପ୍ପା ହେବା ସହ ବିସିସିଆଇ ତାଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ଦେଇଥିଲା। ସମାନ ଢଙ୍ଗରେ ଶ୍ରେୟସ୍‌ ଆୟରଙ୍କୁ ଇଂଲଣ୍ଡ ସିରିଜ ଅଧାରୁ ଭାରତୀୟ ଦଳରୁ ରିଲିଜ କରାଯାଇଥିଲା। ତାଙ୍କୁ ରଣଜୀ ଟ୍ରଫି ଖେଳିବା ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରି ମୁମ୍ବାଇର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳି ନ ଥିଲେ। ତେବେ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ପଡିବା ପରେ ତୁରନ୍ତ ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫି ସେମି ଖେଳିବାର ନିଷ୍ପତ୍ତି ନେଇଥିଲେ ଆୟର। ଅନ୍ତର୍ଜାତୀୟ କ୍ରିକେଟରମାନେ ସର୍ବଦା ଘରୋଇ କ୍ରିକେଟ ଖେଳିବା ଉଚିତ। ଏହା ଦ୍ୱାରା ସେମାନେ ଯୁବ ଖେଳାଳିମାନଙ୍କୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେଇପାରିବେ। ତେଣୁ ବିସିସିଆଇ ପକ୍ଷରୁ ଦିଆଯାଇଥିବା ଏହି ମେସେଜ୍‌କୁ ମୁଁ ପସନ୍ଦ କରୁଛି।

ଜଣେ ଖେଳାଳିଙ୍କୁ ପ୍ରସ୍ତୁତ କରିବାରେ ରାଜ୍ୟ କ୍ରିକେଟ ଆସୋସିଏଶନ ମଧ୍ୟ ପରିଶ୍ରମ କରିଥାଏ। ଏହା ଶୁଝିବାର ମଉକା ଖେଳାଳିମାନେ ହରାଇବା ଅନୁଚିତ ବୋଲି କହିଛନ୍ତି କପିଳ। ପୂର୍ବତନ ଖେଳାଳିମାନଙ୍କ ପେନ୍‌ସନ ରାଶି ବୃଦ୍ଧି କରାଯାଇଥିବାରୁ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି କପିଳ। ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ପୁରୁଷ କ୍ରିକେଟରଙ୍କୁ ମାସିକ ୧୫ ହଜାର ପେନ୍‌ସନ ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ୩୦ ହଜାରକୁ ବୃଦ୍ଧି କରାଯାଇଛି। ସେହିପରି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ମାସିକ ୩୭ ହଜାର ୫୦୦ଟଙ୍କା ପେନ୍‌ସନ ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ୬୦ ହଜାରକୁ ବୃଦ୍ଧି କରାଯାଇଛି। ମହିଳା ଅନ୍ତର୍ଜାତୀୟ ଖେଳାଳିମାନଙ୍କୁ ପୂର୍ବରୁ ୩୦ ହଜାର ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ୫୨୫୦୦ ଟଙ୍କା କରାଯାଇଛି। ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ମହିଳା ଖେଳାଳିଙ୍କୁ ୨୨୫୦୦ ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ୪୫ ହଜାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri