Categories: ଖେଳ

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଭବିଷ୍ୟବାଣୀ

ଲକ୍ଷ୍ନୌ,୧୯।୧୦: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। ଭାରତୀୟ ଦଳ ୨୩ ଅକ୍ଟୋବରରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ। କ୍ରିକେଟ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଏହି ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି। କ୍ରିକେଟ ବିଶେଷଜ୍ଞ ତଥା ପୂର୍ବତନ ଖେଳାଳିମାନେ ଏହି ମ୍ୟାଚ ବିଷୟରେ ନିଜର ମତାମତ ଦେଉଛନ୍ତି। ଏହି ସମୟରେ ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଏହି ମ୍ୟାଚକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଏହା ଜାଣି ଟିମ ଇଣ୍ଡିଆର ପ୍ରଶଂସକମାନେ ନିରାଶ ହୋଇଛନ୍ତି।
୧୯୮୩ ବିଶ୍ୱକପ ବିଜେତା ଦଳର ଅଧିନାୟକ କପିଲ ଦେବ ବିଶ୍ୱାସ କରନ୍ତି ଯେ, ଭାରତୀୟ ଦଳର ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ମାତ୍ର ୩୦ ପ୍ରତିଶତ। ଲକ୍ଷ୍ନୌର ଏକ ଇଭେଣ୍ଟରେ ଯୋଗ ଦେଇ ସେ କହିଛନ୍ତି, ଭାରତ ବିଶ୍ୱକପ ଜିତିବାର ସମ୍ଭାବନା କ’ଣ ତାହା କହିବା ଅତ୍ୟନ୍ତ କଷ୍ଟକର। ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳିମାନେ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣ କରିପାରିବେ। ଦଳ ପାଇଁ ସମସ୍ତ ରାଉଣ୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ହାର୍ଦ୍ଦିକଙ୍କ ଭଳି ରୋହିତ ଶର୍ମା ଷଷ୍ଠ ବ୍ୟାଟ୍ସମ୍ୟାନ ପାଇଛନ୍ତି। ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ସେ ଜଣେ ଭଲ ବୋଲର ଏବଂ ଫିଲ୍ଡର ମଧ୍ୟ ଅଟନ୍ତି ବୋଲି ସେ କହିଚନ୍ତି।

Share