Categories: ଜାତୀୟ

କାଉଡିଆ ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା, ୪୦୦ ସିସିଟିଭି କ୍ୟାମେରା, ୧୦ ହଜାର ପୋଲିସ, ୧୧ ଏସପି, ୩୮ ଡିଏସପିଙ୍କୁ ଦାୟିତ୍ୱ

ହରିଦ୍ୱାର,୧୪ ।୭: ଗୁରୁବାରଠାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ଏବେ ଆରମ୍ଭ ହୋଇଯାଇଛି କାଉଡିଆ ଯାତ୍ରା । ହରିଦ୍ୱାରରେ ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହରିଦ୍ୱାରରେ ହଜାର ହଜାର ଶିବଭକ୍ତ ରୁଣ୍ଡ ହେବାକୁ ଲକ୍ଷ୍ୟ କରି ଏହି ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଲାଗି , ୪୦୦ ସିସିଟିଭି କ୍ୟାମେରା, ୧୦ ହଜାର ପୋଲିସ, ୧୧ ଏସପି, ୩୮ ଡିଏସପିଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଯାତ୍ରା ୨ ଜୁଲାଇ ପର୍ଯ୍ୟନ୍ତ ଚାଲିବ ।
କରୋନା ମହାମାରୀ ଯୋଗୁ ଦୀର୍ଘ ୨ ବର୍ଷ ହେବ ବନ୍ଦ ଥିବା ଏହି ଯାତ୍ରା ଏବର୍ଷ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ଏକ ସମିକ୍ଷା ବୈଠକ ଡକାଯାଇଥିଲା । ଏଥିରେ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା ।

Share