Categories: ଜାତୀୟ

କାଉଡିଆ ବେଶରେ ଡ୍ୟୁଟି କରିବେ ପୋଲିସ

ହରିଦ୍ୱାର,୧୪ ।୭: ଗୁରୁବାରଠାରୁ ଆରମ୍ଭ ହେଉଛି କାଉଡି ଯାତ୍ରା । ଏଥିଲାଗି ପୋଲିସ ଓ ପ୍ରଶାସନ ପ୍ରସ୍ତୁତ ହୋଇ ସାରିଛନ୍ତି । କାଉଡିଆ ଯାତ୍ରାକୁ ନେଇ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେର ଲଗାଯାଇଛି । ଏଥର ହରିଦ୍ୱାରରେ କାଉଡିଆ ଯାତ୍ରା ସମୟରେ ହେଉଥିବା ଭିଡକୁ କାଉଡିଆ ବେଶରେ ରହି ପୋଲିସ ସମ୍ଭାଳିବ ବୋଲି ଜଣାପଡିଛି । କୌଣସି ପ୍ରକାର ମିଛ ଘଟଣା ପଚାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେବ କାଉଡିଆ ଯାତ୍ରା ହୋଇ ନ ଥିବା ବେଳେ ଚଳିତ ବର୍ଷ ଏହା ପୁଣିଥିରେ ଆରମ୍ଭ ହୋଇଛି । ଏହା ୨୬ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ତେବେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

Share