କଣ୍ଟାବାଞ୍ଚି ସବ୍‌ଜେଲ୍‌ ଓ୍ବାର୍ଡର ଅକ୍ଷୟ ମହାନ୍ତି ନିଲମ୍ବିତ

ବଲାଙ୍ଗୀର ଅଫିସ,୨୦।୧୨: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ଏହାପରେ ଜେଲ୍‌ ଡିଆଇଜି ଅନୁସୟା ଜେନା ମଙ୍ଗଳବାର କଣ୍ଟାବାଞ୍ଜି ସବ୍‌ଜେଲରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ସର୍ବଶେଷ ସୂଚନା ମୁତାବକ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ କଣ୍ଟାବାଞ୍ଜି ସବ୍‌ଜେଲ ୱାର୍ଡର ଅକ୍ଷୟ ମହାନ୍ତିଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।