Posted inଫୁରସତ

ଧୀରେ ଧୀରେ ସମୁଦ୍ରରେ ବୁଡ଼ୁଛି କାନ୍‌ସାଇ ଏୟାରପୋର୍ଟ

ଟୋକିଓ: ଜାପାନର କାନ୍‌ସାଇ ଅନ୍ତର୍ଜାତୀୟ ବିମାନବନ୍ଦର (କେଆଇଏକ୍ସ) ଏବେ ଏକ ଗମ୍ଭୀର ସଙ୍କଟର ସମ୍ମୁଖୀନ ହେଉଛି। ଓସାକା ଉପସାଗରର ମଧ୍ୟଭାଗରେ ୨ଟି କୃତ୍ରିମ ଦ୍ୱୀପ ଉପରେ ନିର୍ମିତ ଏହି ବିମାନବନ୍ଦର କ୍ରମାଗତ ଭାବେ ସମୁଦ୍ରରେ ବୁଡ଼ିବାକୁ ଲାଗିଛି। ରିପୋର୍ଟ ଅନୁଯାୟୀ, ଏହି ଦ୍ୱୀପର ପୃଷ୍ଠ ଗତ କିଛିବର୍ଷ ମଧ୍ୟରେ ୩.୮୪ ମିଟର ପର୍ଯ୍ୟନ୍ତ ସମୁଦ୍ରରେ ବୁଡ଼ିଛି, ଯାହା ବିମାନବନ୍ଦରର ସ୍ଥାୟିତ୍ୱକୁ ନେଇ ଦୀର୍ଘକାଳୀନ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୧୯୯୪ ମସିହାରେ ଏହି ବିମାନବନ୍ଦର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିଥିଲା। ସେବେଠାରୁ ଏହି ଏୟାରପୋର୍ଟର ଅନେକ ଅଂଶ ସମୁଦ୍ରରେ ବୁଡ଼ି ସାରିଲାଣି। ଏକ ନରମ ସମୁଦ୍ର ମାଟିରେ ନିର୍ମିତ ଏହି ଉତ୍କୃଷ୍ଟ ଡିଜାଇନ୍‌ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ବହୁ ଦ୍ରୁତ ଗତିରେ ସମୁଦ୍ରରେ ବୁଡ଼ିଥିଲା ବୋଲି ରିପୋର୍ଟରେ କୁହାଯାଇଛି।
ବିମାନବନ୍ଦରର ନରମ ମାଟିର ମୂଳଦୁଆ ଏହାର ଭାରି ଓଜନକୁ ସହ୍ୟ କରିପାରୁ ନ ଥିବା ବିଶେଷଜ୍ଞମାନେ କହିଛନ୍ତି। ସାମ୍ପ୍ରତିକ ସମୁଦ୍ର ପତ୍ତନ ବୃଦ୍ଧି ଏବଂ ପ୍ରାକୃତିକ ପରିବର୍ତ୍ତନ ଏହି ଏୟାରପୋର୍ଟକୁ ଧୀରେ ଧୀରେ ସମୁଦ୍ରର ଗଭୀରତା ଆଡ଼କୁ ନେଇଯାଉଛି, ଯାହାଫଳରେ ଭବିଷ୍ୟତରେ ଏହାର ସ୍ଥାୟିତ୍ୱକୁ ନେଇ ବିପଦ ସୃଷ୍ଟି ହୋଇଛି। ୨୦୧୮ରେ ଜେବି ବାତ୍ୟା ପ୍ରଭାବରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା କାନ୍‌ସାଇ ବିମାନବନ୍ଦର ଏହି ଦୁର୍ବଳତାକୁ ପ୍ରଥମଥର ପାଇଁ ପଦାରେ ପକାଇଥିଲା। ବନ୍ୟା ଯୋଗୁ ସେତେବେଳେ ଏୟାରପୋର୍ଟକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଥିଲା। ବିମାନବନ୍ଦରର ଅତିରିକ୍ତ କ୍ଷତିକୁ ରୋକିବା ଏବଂ ଏହାର ଦୀର୍ଘକାଳୀନ ସ୍ଥାୟିତ୍ୱକୁ ଗ୍ୟାରେଣ୍ଟି ଦେବା ଦିଗରେ ସମ୍ପ୍ରତି ଇଞ୍ଜିନିୟରମାନେ କାର୍ଯ୍ୟ କରୁଛନ୍ତି। ଓସାକା ଉପସାଗରରେ ଜଳ ଚାପକୁ କମାଇବା ପାଇଁ ସମୁଦ୍ର ପାଚେରିକୁ ସୁଦୃଢ଼ କରିବା ଏବଂ ଭର୍ଟିକାଲ୍‌ ସ୍ୟାଣ୍ଡ୍‌ ଡ୍ରେନ୍‌ ତିଆରି ନିମନ୍ତେ ଜାପାନ ସରକାରଙ୍କ ପକ୍ଷରୁ ୧୫୦ ନିୟୁତ ଡଲାରରୁ ଅଧିକ ନିବେଶ କରାଯାଇଛି।
ତେବେ କେଆଇଏକ୍ସ ନିକଟରେ ଏକ ବିରଳ ରେକର୍ଡ ରହିଛି। ଦଶ ବର୍ଷରୁ ଅଧିକ ସମୟ ଧରି କୌଣସି ଲଗେଜ୍‌ ଏଠାରେ ହଜି ନ ଥିବାରୁ ୨୦୨୪ରେ ଏହି ଏୟାରପୋର୍ଟକୁ ବିଶ୍ୱର ସର୍ବୋତ୍ତମ ଲଗେଜ ପରିଚାଳନା ବିମାନବନ୍ଦର ଭାବେ ଘୋଷଣା କରାଯାଇଥିଲା। କେଆଇଏକ୍ସ ନିଜର କର୍ମଚାରୀ, ଦକ୍ଷତା ଏବଂ ସ୍ଥାପତ୍ୟ ଡିଜାଇନ୍‌ ପାଇଁ ପୂର୍ବରୁ ଅନେକବାର ଅନ୍ତର୍ଜାତୀୟ ସ୍ବୀକୃତି ଲାଭ କରିଛି। ୨୦୨୪ରେ ପ୍ରାୟ ୩୦.୬ ନିୟୁତ ଯାତ୍ରୀ ଏହି ଏୟାରପୋର୍ଟ ଯୋଗେ ୨୫ଟି ଦେଶର ୯୧ଟି ସହରକୁ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri