କାର୍ତ୍ତିକଙ୍କ ଫିଲ୍ମରେ ଜ୍ୟାକି

ମୁମ୍ବାଇ: ଆସନ୍ତା ଫେବୃଆରୀ ୧୩ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ତୁ ମେରୀ ମେଁ ତେରା, ମେଁ ତେରା ତୁ ମେରୀ’ରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନଜରକୁ ଆସିବେ। ଏବେ ଏହି ଫିଲ୍ମର ଶୁଟିଂ ଜାରି ରହିଛି। ରବିବାର ଫିଲ୍ମକୁ ନେଇ ଏକ ନୂତନ ଅପ୍‌ଡେଟ୍‌ ସାମ୍‌ନାକୁ ଆସିଛି। ଫିଲ୍ମର ଷ୍ଟାର୍‌କାଷ୍ଟରେ ଅଭିନେତା ଜ୍ୟାକି ଶ୍ରଫ୍‌ ଯୋଗଦେଇଛନ୍ତି। ଏନେଇ କାର୍ତ୍ତିକ ନିଜ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। କାର୍ତ୍ତିକ ତାଙ୍କ ପୋଷ୍ଟରେ ଫିଲ୍ମ ଶୁଟିଂ ସେଟ୍‌ର ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସହ ଜ୍ୟାକି ମଧ୍ୟ ନଜରକୁ ଆସିଛନ୍ତି। ଏହି ଭିଡିଓରେ ଉଭୟ କାର୍ତ୍ତିକ ଏବଂ ଜ୍ୟାକି ଏକ ଗୀତର ତାଳେ ତାଳେ ଝୁମୁଥିବାର ଦେଖାଯାଉଛନ୍ତି। କ୍ୟାପ୍‌ଶନ୍‌ରେ କାର୍ତ୍ତିକ ଲେଖିଛନ୍ତି, ‘ତୁ ମେରୀ ମେଁ ତେରା, ମେଁ ତେରା ତୁ ମେରୀ’ରେ ଜ୍ୟାକିଙ୍କୁ ସ୍ବାଗତ। ନିଶ୍ଚିତ ଭାବେ ଦର୍ଶକଙ୍କୁ ଏହି ଫିଲ୍ମଟି ପସନ୍ଦ ଆସିବ। ଧର୍ମା ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ସମୀର ବିଦ୍ୱାସ ଦେଉଛନ୍ତି। କରନ୍‌ ଶ୍ରୀକାନ୍ତ ଶର୍ମା ଏହି ଫିଲ୍ମର କାହାଣୀ ଲେଖିଛନ୍ତି। ଫିଲ୍ମରେ ଅଭିନେତ୍ରୀ ନୀନା ଗୁପ୍ତା ମଧ୍ୟ ନଜରକୁ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିଲେ ପ୍ରଫୁଲ୍ଲ ପଣ୍ଡା, କହିଲେ ଭାରତକୁ ସମଗ୍ର ବିଶ୍ୱରେ…

ଦିଗପହଣ୍ଡି, ୨୧।୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ପୁଞ୍ଜିକଂୟା ଛକ…

ଭାରତର ଆଉ ଜଣେ ଶତ୍ରୁ ନିପାତ, ପୁଲୱାମା ଆକ୍ରମଣର ଥିଲେ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ୧୪ ଫେବୃଆରୀ, ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ବୋଲି ବିଶ୍ୱାସ କରାଯାଉଥିବା ଆତଙ୍କବାଦୀ ହମଜା ବୁରହାନଙ୍କୁ ପାକ ଅଧିକୃତ କଶ୍ମୀରରେ ଗୁଳି କରି…

ଏହି ରାଶିଙ୍କ ପାଇଁ ଜୁନ ମାସରେ ଘଟିବାକୁ ଯାଉଛି ଏମିତି, ଲିଷ୍ଟରେ ଆପଣଙ୍କ ରାଶି ଅଛି କି?

ଜୁନ ମାସ ଆରମ୍ଭ ହେବାକୁ ଯାଉଛି। ମାସ ଆରମ୍ଭରେ ବୃହସ୍ପତି କର୍କଟ ରାଶିରେ ପ୍ରବେଶ କରିବେ, ଯାହା ଅନେକ ରାଶିର ଭାଗ୍ୟକୁ ଉଜ୍ଜ୍ୱଳ କରିପାରେ। ଏହା ବ୍ୟତୀତ,…

ତାରାତାରିଣୀ କଲେଜର ସଫଳତା: ଯୁକ୍ତଦୁଇ ବିଜ୍ଞାନରେ ଆଗରେ ପୁଅ, କଳାରେ ଝିଅ

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଚଳିତବର୍ଷ ଯୁକ୍ତଦୁଇ ଓ ଯୁକ୍ତତିନି ପରୀକ୍ଷାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜକୁ ବଡ଼ ସଫଳତା ମିଳିଛି। ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ସାହୁ…

ବୈଶିଙ୍ଗାରେ ଛାତିଥରା ହତ୍ୟାକାଣ୍ଡ, ଶୋଇଥିବା ବେଳେ ମହିଳାଙ୍କ ତଣ୍ଟି ଚିପି ହତ୍ୟା

ବୈଶିଙ୍ଗା,୨୧।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଗଣେଶ୍ବରପୁର ଗ୍ରାମରେ ଏକ ଛାତିଥରା ହତ୍ୟାକାଣ୍ଡ ହୋଇଛି । ବୁଧବାର ରାତିରେ ଜନୈକା ୫୦ ବର୍ଷିୟା ମହିଳାଙ୍କୁ…

୩ ବର୍ଷ ପରେ ଧାନ ଖଳା ନିର୍ମାଣ ଶେଷ: ବିଡିଓଙ୍କୁ ଧନ୍ୟବାଦ ଜଣାଇଲେ ଚାଷୀବୃନ୍ଦ

କେସିଙ୍ଗା,୨୧।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ମେଲୋଡି ଦେଖିବାକୁ ଯାଇଥିଲେ ଦିନେଶ, ହଠାତ୍‌ ହେଲା ମରଣାନ୍ତକ ଆକ୍ରମଣ: ଆଉ ତା’ପରେ…

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଖେଳ ପଡିଆଠାରେ ବୁଧବାର ରାତିରେ ଭବାନୀପାଟଣା ସଦର ବିଧାୟକଙ୍କ ଦ୍ୱାରା ଖେଳ ମେଳା କାର୍ଯ୍ୟକ୍ରମ ଆୟୋଜିତ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ରେଡ୍‌

ଗୁଣପୁର,୨୧।୫(ସୁଜାତା ପାଢ଼ୀ) : ଭିଜିଲାନ୍ସ ଜାଲରେ ରାୟଗଡ଼ା କୋଲନରା ବ୍ଲକ୍‌ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ । ଆୟ ବହିର୍ଭୂତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri