Categories: ଜାତୀୟ

କାନପୁର ହିଂସା ଘଟଣା: ସିଲ୍‌ ହେଲା ପେଟ୍ରୋଲ ପମ୍ପ

କାନପୁର,୬ା୬: କାନପୁର ହିଂସା ଘଟଣାର ମାଷ୍ଟରମାଇଣ୍ଡ ମୌଲାନା ମହମ୍ମଦ ଅଲ୍ଲୀ (ଏମ୍‌ଏମ୍‌ଏ) ଜୌହର ଫ୍ୟାନ୍ସ ଆସୋସିଏଶନର ମୁଖ୍ୟ ହୟାତ୍‌ ଜାଫର ହାସ୍‌ମୀଙ୍କ ସମେତ ସୋମବାର ଅପରାହ୍ନ ୨ଟା ସୁଦ୍ଧା ୩୨ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟପକ୍ଷେ ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ କାନପୁର ଡେପୁଟି ହଲ୍‌ରେ ଅବସ୍ଥିତ ଏକ ପେଟ୍ରୋଲ ପମ୍ପକୁ ସିଲ୍‌ କରି ଦିଆଯାଇଛି।

ସିସିଟିଭି ଫୁଟେଜରେ ପେଟ୍ରୋଲ ପମ୍ପରୁ ଦଙ୍ଗାକାରୀଙ୍କୁ ବୋତଲରେ ପେଟ୍ରୋଲ ଦିଆଯାଇଥିବା ଜଣାପଡ଼ିଛି। ଏହାକୁ ଆଧାରକରି ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

Share