Categories: ଜାତୀୟ

କାନପୁର ଏନ୍‌କାଉଣ୍ଟରର ମୋଷ୍ଟ ଓ୍ବାଣ୍ଟେଡ ବିକାଶ ଦୁବେ ଗିରଫ

କାନପୁର,୯।୮: କାନପୁର ଏନ୍‌କାଉଣ୍ଟରର ମୋଷ୍ଟ ଓ୍ବାଣ୍ଟେଡ ବିକାଶ ଦୁବେଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି। ଉଜୈନର ମହାକାଳ ମନ୍ଦିରରୁ ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କରିଛି। ଏନେଇ ଗୁରୁବାର ଉତ୍ତରପ୍ରଦେଶ ପୋଲିସ ସ୍ପଷ୍ଟ କରିଛି। ତେବେ କାନପୁର ଏସ୍‌ଟିଏଫ୍‌ ଟିମ୍‌ ବିକାଶଙ୍କୁ ଆଣିବା ପାଇଁ ମଧ୍ୟପ୍ରଦେଶ ଅଭିମୂଖେ ଗସ୍ତ କରିଛି। ଆସନ୍ତାକାଲି ସୁଦ୍ଧା କାନପୁର ଏସ୍‌ଟିଏଫ୍‌ ତାଙ୍କୁ ରିମାଣ୍ଡରେ ନେଇପାରେ। ସୂଚନାଯୋଗ୍ୟ, ଗତ ଶୁକ୍ରବାର କାନପୁରରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳିକାଣ୍ଡରେ ୮ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିଲେ। ଏହି ଘଟଣା ପଛରେ ଥିବା ମାଷ୍ଟର ମାଇଣ୍ଡ ବିକାଶ ଦୁବେ ସେହି ଦିନଠାରୁ ଫେରାର ଥିଲେ। ବିକାଶଙ୍କୁ ଗିରଫ କରିବା ପାଇଁ କାନପୁର ପୋଲିସ ତାଙ୍କ ନାଁରେ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା।

Share