ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

କନ୍ନଡ଼ ଏବଂ ତାମିଲ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମୀ ଜୟରାଜ ଏବଂ ରିଚୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଫେବୃୟାରୀ ୧୦ ଅର୍ଥାତ୍‌ ବୁଧବାର ଈଶାଇ ରୀତିନୀତି ଅନୁସାରେ ଏହି ବିବାହ ହୋଇଛି। ଏହି ସମାରୋହରେ ଉଭୟଙ୍କ ପରିବାରର ସଦସ୍ୟ ଉପସ୍ଥିତ ଥିଲେ। ରିପୋର୍ଟ ଅନୁଯାୟୀ, ସେହିଦିନ ବିବାହ ପରେ ରିସେପ୍‌ସନ୍‌ ପାର୍ଟି ଅନୁଷ୍ଠିତ ହୋଇଥିଲା। ରଶ୍ମୀଙ୍କ ବିବାହ ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏହି ଫଟୋକୁ ପସନ୍ଦ କରିବା ସହ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି।
ଗତବର୍ଷ ନଭେମ୍ବର ୨୭ରେ ରଶ୍ମୀ ଏବଂ ରିଚୁଙ୍କ ନିର୍ବନ୍ଧ ହୋଇଥିଲା।

Share