ପ୍ରମୋଶନ ସମୟରେ କନ୍ନଡ ଅଭିନେତାଙ୍କୁ ଚପଲ ମାଡ଼

ବେଙ୍ଗାଲୁରୁ,୧୯।୧୨: ଫିଲ୍ମର ପ୍ରମୋଶନ ସମୟରେ ଜଣେ କନ୍ନଡ ଅଭିନେତାଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଶଂସକଙ୍କୁ ବଡ଼ ଝଟ୍‌କା ଲାଗିଛି। ସୂଚନା ମୁତାବକ, କର୍ନାଟକର ହୋସପେଟରେ କନ୍ନଡ ଅଭିନେତା ଦର୍ଶନ ନିଜ ଫିଲ୍ମ ‘କାନ୍ତି’ର ପ୍ରମୋଶନ ପାଇଁ ପହଞ୍ଚିଥିଲେ। ଖୁବ୍‌ଶୀଘ୍ର ଏହି ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଏହାର ଏକ ନୂଆ ଗୀତକୁ ଲଞ୍ଚ କରିବାକୁ ରବିବାର ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦର୍ଶନ ପ୍ରଶଂସକଙ୍କୁ ସମ୍ବୋଧିତ କରିବା ପାଇଁ ମଞ୍ଚ ଉପରକୁ ଯାଇଥିଲେ। ଏହି ସମୟରେ କେହି ଜଣେ ତାଙ୍କ ଉପରକୁ ଚପଲ ଫୋପାଡିଥିଲେ। ଯାହା ତାଙ୍କ କାନ୍ଧରେ ଲାଗିଥିଲା। ଏହି ସମୟର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ, ଏହି ଘଟଣା ଏଭଳି ସମୟରେ ଘଟିଛି, ଯେତେବେଳେ ଦର୍ଶନଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଥିଲା।

 

Share