କାଞ୍ଜିବରମ୍‌ ଇଡ୍‌ଲି

ଆବଶ୍ୟକ ସାମଗ୍ରୀ- ୩ କପ୍‌ ବିରି ଡାଲି, ୫ କପ୍‌ ଇଡ୍‌ଲି ଚାଉଳ, ଭୁର୍ସୁଙ୍ଗପତ୍ର, ହେଙ୍ଗୁ, ଜିରା, କଟା ଅଦା ଓ ଗୋଲମରିଚ ଗୁଣ୍ଡ ଆବଶ୍ୟକ ଅନୁସାରେ।
ପ୍ରଣାଳୀ-
ପ୍ରଥମେ ବିରି ଓ ଚାଉଳକୁ ଅଲଗା ଅଲଗା ଭିଜାଇ ଦିଅନ୍ତୁ। ପ୍ରାୟ ୭ ଘଣ୍ଟା ଭିଜିବା ପରେ ବିରି, ଚାଉଳକୁ ଭଲଭାବେ ଧୋଇ ଅଲଗା ଅଲଗା ବାଟି ରଖନ୍ତୁ। ଏହାପରେ ବିରି, ଚାଉଳ ପେଷ୍ଟକୁ ଏକାଠି କରି ସେଥିରେ କଟା ଅଦା, ହେଙ୍ଗୁ, ଜିରା, ଗୋଲମରିଚ ଗୁଣ୍ଡ ଓ ଲୁଣ ମିଶାଇ ୪-୫ ଘଣ୍ଟା ରଖି ଦିଅନ୍ତୁ। ଏହାପରେ କଡେଇରେ ଭୁର୍ସୁଙ୍ଗପତ୍ରକୁ ଅଳ୍ପ ଗରମ କରି ତାକୁ ଇଡ୍‌ଲି ମିଶ୍ରଣରେ ମିଶାନ୍ତୁ। ଏହାପରେ ଇଡ୍‌ଲି ମିଶ୍ରଣକୁ ଇଡ୍‌ଲି ଛାଞ୍ଚରେ ରଖି ଘୋଡ଼ାଇ ଦିଅନ୍ତୁ। ସବୁଆଡ଼େ ବାମ୍ଫ ଆସିଗଲା ପରେ ଇଡ୍‌ଲି ହୋଇଛି କି ନାହିଁ ଦେଖି ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କାଞ୍ଜିବରମ୍‌ ଇଡ୍‌ଲି। ସମ୍ବର କିମ୍ବା ଚଟଣୀ ସହିତ ଏହାକୁ ଖାଇଲେ ବହୁତ ଭଲ ଲାଗିବ।