ବଦଳିବ କାହାଣୀର ଗତିପଥ: ବଡ଼ ହେବେ ବୋନ୍ଦିତା; ଏହି ଅଭିନେତ୍ରୀ ତୁଲାଇବେ…

ବମ୍ବେ: ଲୋକପ୍ରିୟ ଧାରାବାହିକ ‘ବାରିଷ୍ଟର ବାବୁ’ରେ ଆସିବାକୁ ଯାଉଛି ବଡ଼ ଟୁଇଷ୍ଟ। ସେଇଟି ହେଲା ଲିପ୍‌। କହିବାର ତାତ୍ପର୍ଯ୍ୟ କୁନି ବୋନ୍ଦିତା ବଡ଼ ହୋଇଥିବା ଦେଖିବାକୁ ମିଳିବ। ଏବେ ଏହି ଭୂମିକାରେ ଔରା ଭଟ୍ଟନାଗର ନଜର ଆସୁଥିବା ବେଳେ ତାଙ୍କ ସ୍ଥାନ କନିକା ମାନ ନେବେ। ଚ୍ୟାନେଲ ଏବଂ ନିର୍ମାତାମାନେ ଏନେଇ ନିଶ୍ଚିତ କରିସାରିଛନ୍ତି।

ମହାରାଷ୍ଟ୍ରରେ କୋଭିଡ-୧୯ ଯୋଗୁ କଟକଣା ଲାଗୁ ହୋଇଛି। ଏହା କୋହଳ ହେବା ପରେ ଶୁଟିଂ ଆରମ୍ଭ ହେବ। ତେବେ ନୂଆ କାଷ୍ଟ ଜୁନ୍‌ର ଶେଷ ସପ୍ତାହ ଅଇବା ଜୁଲାଇର ପ୍ରଥମ ସପ୍ତାହରେ ଶୁଟିଂ କରିବାକୁ ଥିବା ବେଳେ କନିକା ଦୁଇରୁ ତିନି ଦିନ ମଧ୍ୟରେ ଟିମ୍‌ ସହ ଯୋଗଦେବେ ବୋଲି କୁହାଯାଉଛି।

‘ଗୁଡ୍ଡନ ତୁମସେ ନା ହୋ ପାଏଗା’ରେ ନଜର ଆସିଥିଲେ କନିକା। ଧାରାବାହିକ ତାଙ୍କୁ ବେଶ୍‌ ଖ୍ୟାତି ଦେଇଥିଲା। ହେଲେ କୌଣସି କାରଣରୁ ଏହାକୁ ବନ୍ଦ କରିଦିଆଯାଇଥିଲା। ଏବେ ସେ ବାରିଷ୍ଟର ବାବୁ ଜରିଆରେ ପୁଣିଥରେ ପରଦାକୁ ଫେରିବାକୁ ଯାଉଛନ୍ତି। ବୋନ୍ଦିତାଙ୍କ ଭୂମିକା ପାଇଁ ଅନେକ ଅଭିନେତ୍ରୀ ଅଡିସନ ଦେଇଥିଲେ ହେଁ ତାଙ୍କ ନାମ ଫାଇନାଲ କରାଯାଇଛି।

Share