ଋଷି ସୁନକଙ୍କୁ ଭେଟିଲେ କନିକା କପୁର

ମୁମ୍ବାଇ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ସାରା ବିଶ୍ୱରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଶେଷ ଭାବେ ଭାରତୀୟମାନେ ଋଷି ସୁନକଙ୍କୁ ନେଇ ଗର୍ବ କରିବା ସହ ଖୁବ୍ ଖୁସି ଅଛନ୍ତି । ଅନେକ ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଋଷିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କେବଳ ସେତିକି ନୁହେଁ ଋଷି ସୁନକଙ୍କୁ ନେଇ ଇଣ୍ଡଷ୍ଟ୍ରିର ସବୁଠାରୁ ବିଶେଷ ପୋଷ୍ଟ କରିଛନ୍ତି ବଲିଉଡ ଗାୟିକା କନିକା କପୁର । କନିକା ଋଷିଙ୍କ ସହ ସାକ୍ଷାତ୍ କରିବାର ଏକ ଫଟୋ ଶେୟାର କରିଛନ୍ତି ।
ଲଣ୍ଡନରେ ଫେୟାରମୋଂଟ ୱିଣ୍ଡସର ପାର୍କରେ ଚତୁର୍ଥ ବାର୍ଷିକ ୟୁକେ-ଇଣ୍ଡିଆ ଆୱାର୍ଡସ ଭିଆଇପି ଇଭେଣ୍ଟ ଆୟୋଜିତ ହୋଇଥିଲା । ଇଭେଣ୍ଟର ଗେଷ୍ଟ ଅଫ୍ ଅନର, ୟୁକେର ଚାଂନସଲର ଅଫ ଦ ଏକ୍ସଚେକର, ଋଷି ସୁନକ ଥିଲେ । ଏହି ଇଭେଣ୍ଟରେ ୟୁକେ-ଇଣ୍ଡିଆ ସାଂସ୍କୃତିକ ସମ୍ପର୍କରେ ଯୋଗଦେବାକୁ ବଲିଉଡ ଗାୟିକା କନିକା କପୁର ପହଞ୍ଚିଥିଲେ । ଏଥିରେ ତାଙ୍କୁ ସ୍ପେଶାଲ ଆୱାର୍ଡରେ ସମ୍ମାନୀତ କରାଯାଇଥିଲା । ସେ ଏହି ଇଭେଣ୍ଟରେ ଉପସ୍ଥିତ ଥିଲେ ତଥା ଏହି ବିଶେଷ ଅବସରରେ ସେ ଋଷି ସୁନକଙ୍କ ସହ ସାକ୍ଷାତ୍ କରିବାର ଅବସର ପାଇଥିଲେ । ସେହି ସମୟର କିଛି ଫଟୋ ଏବେ କନିକା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

Share