Advertisement

ଋଷି ସୁନକଙ୍କୁ ଭେଟିଲେ କନିକା କପୁର

ମୁମ୍ବାଇ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ସାରା ବିଶ୍ୱରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଶେଷ ଭାବେ ଭାରତୀୟମାନେ ଋଷି ସୁନକଙ୍କୁ ନେଇ ଗର୍ବ କରିବା ସହ ଖୁବ୍ ଖୁସି ଅଛନ୍ତି । ଅନେକ ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଋଷିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କେବଳ ସେତିକି ନୁହେଁ ଋଷି ସୁନକଙ୍କୁ ନେଇ ଇଣ୍ଡଷ୍ଟ୍ରିର ସବୁଠାରୁ ବିଶେଷ ପୋଷ୍ଟ କରିଛନ୍ତି ବଲିଉଡ ଗାୟିକା କନିକା କପୁର । କନିକା ଋଷିଙ୍କ ସହ ସାକ୍ଷାତ୍ କରିବାର ଏକ ଫଟୋ ଶେୟାର କରିଛନ୍ତି ।
ଲଣ୍ଡନରେ ଫେୟାରମୋଂଟ ୱିଣ୍ଡସର ପାର୍କରେ ଚତୁର୍ଥ ବାର୍ଷିକ ୟୁକେ-ଇଣ୍ଡିଆ ଆୱାର୍ଡସ ଭିଆଇପି ଇଭେଣ୍ଟ ଆୟୋଜିତ ହୋଇଥିଲା । ଇଭେଣ୍ଟର ଗେଷ୍ଟ ଅଫ୍ ଅନର, ୟୁକେର ଚାଂନସଲର ଅଫ ଦ ଏକ୍ସଚେକର, ଋଷି ସୁନକ ଥିଲେ । ଏହି ଇଭେଣ୍ଟରେ ୟୁକେ-ଇଣ୍ଡିଆ ସାଂସ୍କୃତିକ ସମ୍ପର୍କରେ ଯୋଗଦେବାକୁ ବଲିଉଡ ଗାୟିକା କନିକା କପୁର ପହଞ୍ଚିଥିଲେ । ଏଥିରେ ତାଙ୍କୁ ସ୍ପେଶାଲ ଆୱାର୍ଡରେ ସମ୍ମାନୀତ କରାଯାଇଥିଲା । ସେ ଏହି ଇଭେଣ୍ଟରେ ଉପସ୍ଥିତ ଥିଲେ ତଥା ଏହି ବିଶେଷ ଅବସରରେ ସେ ଋଷି ସୁନକଙ୍କ ସହ ସାକ୍ଷାତ୍ କରିବାର ଅବସର ପାଇଥିଲେ । ସେହି ସମୟର କିଛି ଫଟୋ ଏବେ କନିକା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସଆପ୍‌ରେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ବ୍ଲକ୍‌ କରିଦେଇଥିଲେ ପନ୍ତ, କାରଣ ଜାଣିଲେ…

ବମ୍ବେ: ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ନାମ ଯୋଡ଼ା ଯିବା ନୂଆ କଥା ନୁହେଁ। ସେଥିରୁ କିଛି ସତ ଥିବା ବେଳେ କିଛି ଗୁଜବ ବୋଲି ଜଣାପଡ଼େ।...

୬ବର୍ଷ ପରେ ପୁୁଣି ପରଦାକୁ ଫେରିବେ କରନ

ଅଭିନେତା କରନ ୱାହି ପ୍ରାୟ ୬ ବର୍ଷ ଧରି ଟିଭି ପରଦାରୁ ଦୂରେଇ ରହିଛନ୍ତି। ସେ ଖୁବ ଶୀଘ୍ର ‘ଚନ୍ନା ମେରେୟା’ ସହିତ ଛୋଟ ପରଦାକୁ...

ସ୍ତ୍ରୀ ପିଲାଙ୍କ ଖର୍ଚ୍ଚ ଉଠାଇ ପାରୁ ନ ଥିଲେ ଏହି ଲୋକପ୍ରିୟ ଅଭିନେତା

କପୁର ପରିବାର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଏକ ପରିବାର ଯିଏକି ଅନେକ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି। ଅଭିନେତ୍ରୀ କରିସ୍ମାଙ୍କ ବାପା...

ଏକ ନୁହେଁ ବଲିଉଡର କିଛି ଅଫରକୁ ରିଜେକ୍ଟ କରିଛନ୍ତି ବିଜୟ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ତାଙ୍କ ବଲିଉଡ ଡେବ୍ୟୁକୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କର ବଲିଉଡ ଡେବ୍ୟୁକୁ ନେଇ ପ୍ରଶଂସକ ଖୁବ୍...

ନୂଆ ଘରେ ଦୀପିକା-ରଣବୀର

ମୁମ୍ବାଇ: ନୂଆ ଘରକୁ ପ୍ରବେଶ କଲେ ବଲିଉଡ୍‌ ଅଭିନେତା ରଣବୀର ସିଂ ଓ ସ୍ତ୍ରୀ ପାଦୁକୋନ। ଏ ନେଇ ରଣବୀର ଇନ୍‌ଷ୍ଟାଗ୍ରମରେ ଗୃହପ୍ରବେଶ ପାଇଁ କରାଯାଇଥିବା...

କରିନାଙ୍କ ସହ ଯୋଡ଼ିକୁ ନେଇ ଏମିତି କହିଥିଲେ ଶାହିଦ; ଚକିତ ହୋଇଥିଲେ ପ୍ରଶଂସକ

ବମ୍ବେ: ଏକଦା ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଗୋଟିଏ ଥିଲେ କରିନା କପୁର ଖାଁ ଏବଂ ଶାହିଦ କପୁର। ଚଳଚ୍ଚିତ୍ର ‘ଫିଦା’ ସେଟ୍‌ରୁ ଉଭୟଙ୍କ...

ଖୁବ୍‌ ବିଳାସମୟ ମହେଶ ବାବୁଙ୍କ ଭ୍ୟାନିଟି ଭ୍ୟାନ

ଚେନ୍ନାଇ: ତେଲଗୁ ସୁପରଷ୍ଟାର ମହେଶ ବାବୁ କଳାକାର ପରିବାରରୁ ଆସିଥିଲେ ବି ବଡ ପରଦାରେ ତିଷ୍ଠି ରହିବାକୁ ସେ ଖୁବ୍‌ ପରିଶ୍ରମ କରିଛନ୍ତି। ନିଜର ପରିଶ୍ରମ...

ପ୍ରିୟଙ୍କାଙ୍କ ନୂଆ ଟାଟୁ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରିକାରେ ପରିବାର ସହ ସମୟ ବିତାଇବା ପରେ ପୁଣି ଲଣ୍ଡନ ଯାଇଛନ୍ତି। ପ୍ରିୟଙ୍କା ଦୀର୍ଘଦିନ ଲଣ୍ଡନରେ ରହି ନିଜ ପରିବାରକୁ...

Advertisement
Archives

Model This Week