Categories: ଜାତୀୟ

ରାହୁଲ ଗାନ୍ଧୀଙ୍କୁ ଭେଟିଲେ କହ୍ନେୟା କୁମାର: କଂଗ୍ରେସକୁ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୯।୯:କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିପିଆଇ ନେତା କହ୍ନେୟା କୁମାରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚର୍ଚ୍ଚା ହେଉଛି କହ୍ନେୟା କୁମାର ସିପିଆଇ ଛାଡି କଂଗ୍ରେସରେ ଯୋଗ ଦେବେ। ଅବଶ୍ୟ ଏନେଇ କହ୍ନେୟାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କୁ ଭେଟିବା ପରେ କହ୍ନେୟା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ, କହ୍ନେୟା କୁମାର ଗତ ଦେଢ ବର୍ଷ ହେବ ରାଜନୀତିରେ ସକ୍ରିୟ ରାଜନୀତିରେ କମ୍‌ ନଜର ଆସୁଛନ୍ତି। ଗତ ଫେବୃଆରୀରେ ହାଇଦ୍ରାବାଦରେ ସିପିଆଇର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପାଟନାରେ କହ୍ନେୟା କୁମାରଙ୍କ ଦ୍ୱାରା କରାଯାଇଥିବା ମାରପିଟ୍‌ ଘଟଣାରେ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ଏହି ବୈଠକରେ ଦଳର ୧୧୦ ସଦସ୍ୟ ଉପସ୍ଥିତ ଥିଲେ। ତିନିଜଣଙ୍କ ବ୍ୟତୀତ ଅନ୍ୟ ସମସ୍ତେ କହ୍ନେୟାଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ସମର୍ଥନ କରିଥିଲେ।

Share