Categories: ଜାତୀୟ

ଏଥର ଘରୁ ଭୋଟ ଦେଲେ ଦେଶର ପ୍ରଥମ ମତଦାତା

କିନୌର,୨।୧୧: ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ସ୍ବାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରନ ନେଗି ବୁଧବାର ପ୍ରଥମ ଥର ପାଇଁ କିନୌରର କାଲପାସ୍ଥିତ ତାଙ୍କ ଘରୁ ପୋଷ୍ଟାଲ୍‌ ବାଲାଟ୍‌ ଜରିଆରେ ନିଜର ଭୋଟ ଦେଇଛନ୍ତି। ୧୦୫ ବର୍ଷିୟ ଶ୍ୟାମ ସରନ ପ୍ରତ୍ୟେକଥର ମତଦାନ ବୁଥରେ ନିଜର ଭୋଟ ଦେଇ ଆସୁଥିଲେ। କିନ୍ତୁ ଏଥର ସେ ସ୍ବାସ୍ଥ୍ୟଗତ କାରଣରୁ ନେଗି ଏଥର ଘରୁ ଭୋଟ ଦେଇଥିଲେ। ଏହି ସମୟରେ ଜିଲା ନିର୍ବାଚନ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଶ୍ୟାମ ସରନ ଭୋଟ ଦେବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସ୍ବାଧୀନତା ପରଠାରୁ ଅନୁଷ୍ଠିତ ନିର୍ବାଚନରେ ଏଥର ମିଶାଇ ୩୪ ତମ ଥର ଭୋଟ ଦେଇସାରିଲେଣି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଶ୍ୟାମ ସରନ ନେଗିଙ୍କୁ ବ୍ରାଣ୍ଡ ଆମ୍ବାସାଡର କରାଯାଇଛି।
ଶ୍ୟାମ ସରନ ନେଗି ପ୍ରଥମ ଥର ପାଇଁ ୨୫ ଅକ୍ଟୋବର ୧୯୫୧ରେ ଭୋଟ ଦେଇ ସ୍ବାଧୀନ ଭାରତର ପ୍ରଥମ ଭୋଟର ହୋଇଥିଲେ। ଫେବୃଆରୀ ୧୯୫୨ରେ ସ୍ବାଧୀନତା ପରେ ଭାରତରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶ୍ୟାମ ସରନ ନେଗି ଜୁଲାଇ ୧୯୧୭ରେ କିନୌରର କାଲପାଠାରେ ଜନ୍ମଗ୍ରହଣ କରିଥିଲେ।

Share