ଗୋଟିଏ ଦିନ ଶୁଟିଂ ପାଇଁ ୧.୫ କୋଟି ଟଙ୍କା ନିଅନ୍ତି ଏହି ଅଭିନେତ୍ରୀ: ରୋଜଗାରକୁ ନେଇ ଉଠିଛି ବିବାଦ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଲିଉଡ୍‌ର କୁଇନ୍‌ କୁହାଯାଏ। ଅଭିନୟ କରିଥିବା ପ୍ରତିଟି ଫିଲ୍ମରେ ସେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥାନ୍ତି। ପ୍ରଥମେ ନେପୋଟିଜିମ୍‌ ଆଉ ଏବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବୟାନ ଦେଇ କଙ୍ଗନା ଏବେ ଚର୍ଚ୍ଚାରେ ରହି ଆସୁଛନ୍ତି। କଙ୍ଗନାଙ୍କ କର୍ମଜୀବନକୁ ଯଦି ଦେଖାଯାଏ, ତେବେ ସେ ଗୋଟିଏ ଫିଲ୍ମ ପାଇଁ ୧୧ କୋଟି ପର୍ଯ୍ୟନ୍ତ ପାଉଣା ନେଇଥାନ୍ତି। ପ୍ରଚାର ପାଇଁ ଗୋଟିଏ ଦିନର ପାଉଣା ସ୍ବରୂପ ସେ ୧.୫ କୋଟି ଟଙ୍କା ଚାର୍ଜ କରିଥାନ୍ତି। ତାଙ୍କର ମୋଟ ସମ୍ପତ୍ତି କେତେ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଫୋବ୍ସ ତାଲିକାନୁଯାୟୀ ସେ ୨୦୧୯ରେ ୧୭.୫ କୋଟି ଟଙ୍କା ରୋଜଗାର କରିଥିଲେ।

ଫୋବ୍ସ ତାଲିକାରେ କଙ୍ଗନା ୭୦ତମ ସ୍ଥାନରେ ଥିଲେ। ହେଲେ ଏହି ତଥ୍ୟକୁ ମିଥ୍ୟା ବୋଲି କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ କହିଥିଲେ। ଯେତିକି ଟଙ୍କା ସେ ପାଉଥିବା ଦେଖାଯାଇଛି, ସେତିକି ଟଙ୍କାର ସେ ଟ୍ୟାକ୍ସ ଦେଇଥାନ୍ତି ବୋଲି ରଙ୍ଗୋଲୀ କହିଥିଲେ। ବାସ୍ତବରେ ଦେଖିବାକୁ ଗଲେ କଙ୍ଗନା ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଥିବା ସେଲିବ୍ରିଟି ମଧ୍ୟରୁ ଜଣେ। ସେ ମହଙ୍ଗାଗାଡ଼ିର ମଧ୍ୟ ସଉକ ରଖନ୍ତି। ରିଅଲ ଇଷ୍ଟେଟ୍‌ ପ୍ରୋଜେକ୍ଟରେ ବଡ଼ ଭାଗିଦାରୀ ଥିବାରୁ ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣି ବୋଲି କୁହାଯାଉଛି।

Share