ଏପ୍ରିଲ ନୁହେଁ ମେ’ରେ ରିଲିଜ ହେବ କଙ୍ଗନାଙ୍କ ଧାକଡ଼

ମୁମ୍ବାଇ: ନିଜର ଅଭିନୟ ହେଉ ଅବା ବେକାବୁ ବୟାନ ସବୁ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ ନାୟିକା କଙ୍ଗନା ରାନାୱତଙ୍କ ଫିଲ୍ମ ଧାକଡ଼କୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ପୂର୍ବରୁ ଶୁଣିବାକୁ ମିଳିଥିଲା କି ‘ଧାକଡ଼’ ଚଳିତ ବର୍ଷ ଏପ୍ରିଲରେ ରିଲିଜ୍ ହେବ । ହେଲେ ଏବେ ଏହାର ନୂଆ ରିଲିଜ ଡେଟ ସାମ୍ନାକୁ ଆସିଛି । ନିଜେ କଙ୍ଗନା ଏହାର ନୂଆ ରିଲିଜ ଡେଟ୍ ସମ୍ପର୍କରେ ସୂଚନା ଦେଇଛନ୍ତି । କଙ୍ଗନା ଫିଲ୍ମର ନୂଆ ପୋଷ୍ଟର ଶେୟାର କରି କହିଛନ୍ତି ‘ଧାକଡ଼’ ମେ’ ୨୭ରେ ଥିଏଟରରେ ରିଲିଜ୍ ହେବ । ଏହା କେବଳ ହିନ୍ଦି ନୁହେଁ ତାମିଲ, ତେଲଗୁ ଓ ମାଲୟାଲମ ଭାଷାରେ ରିଲିଜ୍ ହେବ । ଏଥିରେ କଙ୍ଗନାଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ଦିବ୍ୟା ଦତ୍ତା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆକ୍ସନରେ ଭରପୁର ଥିବା ବେଳେ କଙ୍ଗନା ଏଥରେ ଜଣେ ଏଜେଣ୍ଟ ଭୂମିକାରେ ନଜର ଆସିବେ । ଆସନ୍ତା ରବିବାର କଙ୍ଗନାଙ୍କ ଶୋ’ ଲକଅପ୍ ଆରମ୍ଭ ହେଉଥିବା ବେଳେ କଙ୍ଗନା ଓଟିଟିରେ ଡେବ୍ୟୁ କରିବେ ।

Share