ଡିସେମ୍ବର ୨୨ ପୂର୍ବରୁ ପୋଲିସରେ ହାଜର ହେବାକୁ କଙ୍ଗନାଙ୍କୁ ନିର୍ଦ୍ଦେଶ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍‌ଆଇଆର ଶୁଣାଣି ବେଳେ ମୁମ୍ବାଇ ହାଇକୋର୍ଟ ତାଙ୍କୁ ଡିସେମ୍ବର ୨୨ ପୂର୍ବରୁ ମୁମ୍ବାଇ ପୋଲିସ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକୃତରେ କୃଷି ଆଇନ ପ୍ରତ୍ୟାହାର ପରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ‘ଖାଲିସ୍ତାନୀ ଆତଙ୍କବାଦୀମାନେ ହୁଏତ ଆଜି ସରକାରଙ୍କ ବାହୁକୁ ମୋଡ଼ି ଦେଇଛନ୍ତି, କିନ୍ତୁ ଏହା ଭୁଲିଯିବା ଉଚିତ ନୁହେଁ ଯେ ଜଣେ ମହିଳା ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭାଙ୍ଗି ଦେଇଛନ୍ତି। ଏହି କାରଣରୁ ଦେଶକୁ କେତେ ଯେ କ୍ଷତି ନ ହୋଇଛି।

ଏହି ବିବୃତ୍ତି ପରେ କଙ୍ଗନାଙ୍କ ବିରୋଧରେ ଅନେକ ସ୍ଥାନରେ ସ୍ବର ଉଠିବା ସହ ଏଫ୍‌ଆଇଆର୍‌ ଦାଖଲ କରାଯାଇଥିଲା। କଙ୍ଗନାଙ୍କ ଏପରି କାର୍ଯ୍ୟକଳାପରେ ୟୁଜରମାନେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍‌ କରିଥିଲେ। କଙ୍ଗନାଙ୍କୁ ତୁରନ୍ତ ପଦ୍ମଶ୍ରୀ ଫେରାଇବା କୁହାଯାଇଥିଲା।

ବିବାଦୀୟ ମନ୍ତବ୍ୟ ଯୋଗୁ କଙ୍ଗନା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହାପୂର୍ବରୁ ସେ ପଞ୍ଜାବରେ ଥିବାବେଳେ କିରତପୁରରେ କୃଷକମାନେ ତାଙ୍କ କାର୍‌କୁ ଅଟକାଇଥିଲେ। ଏହି ବିକ୍ଷୋଭକାରୀଙ୍କ ହାତରେ ପତାକା ଥିଲା ଏବଂ ସ୍ଲୋଗାନ ଦେଉଥିଲେ। କୃଷକ ତଥା କୃଷି ଆଇନ ରଦ୍ଦ କରିବାକୁ ଦାବି କରୁଥିବା ବ୍ୟକ୍ତିଙ୍କ ପାଇଁ ସେ କଙ୍ଗନାଙ୍କଠାରୁ କ୍ଷମା ମାଗିଛନ୍ତି।

Share