ସିଝା ଅଣ୍ଡା ଭଳି ଦେଖାଯାଉଛନ୍ତି ଷ୍ଟାର କିଡସ୍‌: କଙ୍ଗନା

ମୁମ୍ବାଇ: କଙ୍ଗନା ରାନାୱତ ଏମିତି ଏକମାତ୍ର ଅଭିନେତ୍ରୀ ଯେକି ବିନା ହିରୋରେ ୧୦୦ କୋଟିର ମୁଭିଜ ଦେଇପାରନ୍ତି । କଙ୍ଗନାଙ୍କୁ ତାଙ୍କ ଦମଦାର ଅଭିନୟ ପାଇଁ ୪ ଥର ନ୍ୟାଶନାଲ ଆୱାର୍ଡ ମିଳିସାରିଛି । କେବଳ ସେତିକି ନୁହେଁ ବିଭିନ୍ନ ଚର୍ଚ୍ଚିତ ବିଷୟକୁ ନେଇ କଙ୍ଗନା କିଛି ବୟାନ ଦେଇ ବେଳେ ବେଳେ ବିବାଦ ମଧ୍ୟକୁ ଚାଲି ଆସିଥାଆନ୍ତି । ଏହି ପଙ୍ଗା ଗର୍ଲ ଶିବସେନା ସରକାର ସହ ବି ଟକ୍କର ଦେବାକୁ ପଛାଇ ନ ଥିଲେ । ବିଏମସି କଙ୍ଗନାଙ୍କ ଅଫିସ ଭାଙ୍ଗିବା ପରେ ସରକାରଙ୍କୁ କାଠଗଡାରେ ଠିଆ କରିଥିବା ଅଭିନେତ୍ରୀ ହେଉଛନ୍ତି କଙ୍ଗନା । ଏମିତିକି ନେପେଟେିଜମକୁ ନେଇ ବି ଚର୍ଚ୍ଚାରେ ଥିଲେ କଙ୍ଗନା । ବଲିଉଡ ଇଣ୍ଡଷ୍ଟ୍ରିରେ ଚାଲିଥିବା ନେପୋଟିଜମକୁ ନେଇ ଖୋଲା ଖୋଲି କଥା ହୋଇଛନ୍ତି ଏହି ନାୟିକା ।
ନିକଟରେ ଏକ ସାକ୍ଷାତକାରରେ କଙ୍ଗନାଙ୍କୁ ପଚରା ଯାଇଥିଲା ବଲିଉଡ ସିନେମାଠାରୁ ସାଉଥ୍ ସିନେମା କ’ଣ ଅଧିକ କରି ସଫଳତା ପାଇଛି । କଙ୍ଗନା କହିଥିଲେ ସାଉଥ୍ ଫିଲ୍ମ ନିଜ ଦର୍ଶକଙ୍କୁ ବାନ୍ଧି ରଖିଛି । ଦର୍ଶକଙ୍କ ସହ ସାଉଥ୍ ଇଣ୍ଡଷ୍ଟ୍ରି ଯୋଡି ହୋଇ ରହିଛି । ହେଲେ ବଲିଉଡ ଷ୍ଟାରଙ୍କର ପିଲାମାନେ ପାଠପଢିବାକୁ ବିଦେଶ ଚାଲି ଯାଉଛନ୍ତି । ସେଠାରେ ସେମାନେ ଇଂଲିଶରେ କଥା ହେଉଛନ୍ତି । କେବଳ ହଲିଉଡ ମୁଭି ଦେଖୁଛନ୍ତି । ଛୁରି, କଣ୍ଟା ଚାମଚରେ ଖାଉଛନ୍ତି ଆଉ ଭିନ୍ନ ଭାଷାରେ କଥା ହେଉଛନ୍ତି । ସେମାନେ କିପରି ଦର୍ଶକଙ୍କ ସହ ଯୋଡି ହୋଇ ରହିବେ । ଏହାସହ ସେମାନେ ଦେଖିବାକୁ ବି ଅଜବ ଦେଖାଯାଉଛନ୍ତି ଯେମିତି ସିଝା ଅଣ୍ଡା ଭଳି । ସେମାନଙ୍କ ପୁରା ଲୁକ ବଦଳି ଯାଉଛି ସେଥିପାଇଁ ଦର୍ଶକେ ରିଲେଟ କରିପାରୁ ନାହାନ୍ତି । ତେବେ କଙ୍ଗନା ପୁଣି କହିଛନ୍ତି ମୋର ଉଦ୍ଦେଶ୍ୟ ନୁହେଁ କାହାକୁ ଟ୍ରୋଲ କରିବା ।
କେବଳ ସେତିକି ନୁହେଁ କଙ୍ଗନା ସାଉଥ୍ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଉଦାହରଣ ଦେଇ କହିଥିଲେ, ଦେଖନ୍ତୁ ପୁଷ୍ପା କେମିତି ଦେଖାଯାଉଛି । ଯାହାକୁ ଆମେ ଜାଣିଛୁ । ସବୁ ଶ୍ରମିକ ତା’ସହ ଯୋଡି ହୋଇ ଯିବେ । ଏବେକା ସମୟରେ ଆମର କେଉଁ ହିରୋ ଶ୍ରମିକ ଭଳି ଦେଖାଯାଉଛନ୍ତି । ହେଲେ ସାଉଥ୍ ଷ୍ଟାରମାନେ ସେମାନଙ୍କ ସଂସ୍କୃତି ସହ ସେମାନଙ୍କ ଲୋକଙ୍କ ସହ ଯୋଡି ହୋଇ ରହିଛନ୍ତି । ତେଣୁ ବଲିଉଡ ବି ନିଜ ଲୋକଙ୍କ ସହ ଯୋଡି ହୋଇ ରହିବା ଦରକାର ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri