‘ତେଜସ୍‌’କୁ ନେଇ ଭିଡିଓ ଜାରି କରି ଏମିତି କହିଲେ କଙ୍ଗନା

ମୁମ୍ବାଇ: ବି’ ଟାଉନର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଚଳଚ୍ଚିତ୍ର ‘ତେଜସ୍‌’ ସିନେମା ହଲ୍‌ରେ ଶୁକ୍ରବାର ରିଲିଜ୍‌ ହୋଇସାରିଛି। କଙ୍ଗନାଙ୍କ ଗୋଟିଏ ଗୋଟିଏ ଫିଲ୍ମ ଯେତିକି ହିଟ୍‌ ହୁଏ ‘ତେଜସ୍‌’ ପ୍ରଥମଦିନରେ ସେମିତି କିଛି କମାଲ୍‌ କରିପାରିନାହିଁ। ଏହାମଧ୍ୟରେ ‘ତେଜସ୍‌’କୁ ନେଇ କଙ୍ଗନା ଶନିବାର ଏକ ଭିଡିଓ ସୋସିଆଲ ମିଡିଆରେ ଜାରି କରିଛନ୍ତି। ଏହି ଭିଡିଓ ଜରିଆରେ କଙ୍ଗନା ପ୍ରଶଂସକମାନଙ୍କୁ ଚଳଚ୍ଚିତ୍ର ଦେଖିବା ପାଇଁ ନିବେଦନ କରିଛନ୍ତି। ଏହି ଭିଡିଓରେ କଙ୍ଗନା କରୋନା ପରେ ଭାରତୀୟ ସିନେମା ଏବଂ ହଲ୍‌ ଉପରେ ପଡ଼ିଥିବା ଗଭୀର ପ୍ରଭାବକୁ ନେଇ କହୁଥିବା ନଜର ଆସିଛନ୍ତି। ସେ କହିଛନ୍ତି, ‘କାଲିଠାରୁ ମୋ’ ଚଳଚ୍ଚିତ୍ର ତେଜସ୍‌ ସିନେମା ହଲ୍‌ରେ ରିଲିଜ୍‌ ହୋଇସାରିଛି। ଯେଉଁମାନେ ଏ ପର୍ଯ୍ୟନ୍ତ ଏହି ଫିଲ୍ମ ଦେଖିଛନ୍ତି ସେମାନେ ଆମକୁ ବହୁତ ପ୍ରଶଂସା କରିଛନ୍ତି। ଜନସାଧାରଣ ୯୯ ପ୍ରତିଶତ ଚଳଚ୍ଚିତ୍ରକୁ ଦେଖିବାକୁ ସୁଯୋଗ ଦିଅନ୍ତି ନାହିଁ। ଏହି ଆଧୁନିକ ଯୁଗରେ ସମସ୍ତଙ୍କର ଫୋନ୍‌ ଅଛି। ସମସ୍ତଙ୍କ ଘରେ ଟିଭି ମଧ୍ୟ ଅଛି। କିନ୍ତୁ ସିନେମା ହଲ୍‌ ସବୁବେଳେ ଆମ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଛି। ତେଣୁ ଏହି ଚଳଚ୍ଚିତ୍ର ଦେଖିବାକୁ ସେ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି।

Share