ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ନେଇ ଏମିତି କହିଲେ କଙ୍ଗନା

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମକୁ ଭଲ ରେସ୍ପନ୍ସ ମଧ୍ୟ ମିଳୁଛି। ସାଧାରଣ ଦର୍ଶକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଫିଲ୍ମକୁ ବେଶ ପସନ୍ଦ କରୁଛନ୍ତି। ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆର୍‌ଆର୍‌ଆର୍‌ ଦେଖିବା ପରେ ନିଜକୁ ରୋକି ପାରି ନାହାନ୍ତି। ସେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ଫିଲ୍ମକୁ ପ୍ରଶଂସା କରିଛନ୍ତି। ଏହି ଭିଡିଓରେ କଙ୍ଗନା କହିଛନ୍ତି, କାଲି ମୁଁ ମୋ ପରିବାର୍‌ ସହ ଆର୍‌ଆର୍‌ଆର୍‌ ଫିଲ୍ମ ଦେଖିଲି। ଏମିତିରେ ବି ଏ ଫିଲ୍ମ ପାଇଁ କୌଣସି ପ୍ରଚାରର ଆବଶ୍ୟକତା ନାହିଁ। ଏ ଫିଲ୍ମ ପୂର୍ବର ଅନେକ ରେକର୍ଡ ଭାଙ୍ଗୁଛି ଏବଂ ନୂଆ ରେକର୍ଡ ତିଆରି କରୁଛି। କିନ୍ତୁ ଦେଶ ଭକ୍ତିରେ ଏ ଫିଲ୍ମ ପରିପୂର୍ଣ୍ଣ।
ଏହାଛଡା କଙ୍ଗନାଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଏଥିରେ ସେ ଥିଏଟର ବାହାରେ ଛିଡ଼ା ହୋଇଥିବା ନଜର ଆସନ୍ତି। ଏହି ଫିଲ୍ମରେ କଙ୍ଗନା ଫିଲ୍ମ ‘ଆର୍‌ଆର୍‌ଆର୍‌’ ବିଷୟରେ ଅନେକ କିଛି କହୁଥିବା ଦେଖାଯାଏ। ଏହି ଭିଡିଓରେ ଦେଖାଯାଏ ଯେ, ଜଣେ ରିପୋର୍ଟର କଙ୍ଗନାଙ୍କୁ କିଛି ପ୍ରଶ୍ନ କରୁଛନ୍ତି। ସେ ତାଙ୍କୁ କେଉଁ ଫିଲ୍ମ ଦେଖିବା କଥା ପଚାରୁଛନ୍ତି। ଏହାର ଉତ୍ତରରେ କଙ୍ଗନା କହୁଛନ୍ତି ଯେ ମୁଁ ଆର୍‌ଆର୍‌ଆର୍‌ ଦେଖିଲି। ଫିଲ୍ମ ବ୍ଲକ ବ୍ଲଷ୍ଟର ହେଇଛି। ଦେଶଭକ୍ତି ମୋର ପସନ୍ଦର କଥା। ଏହି ଫିଲ୍ମରେ ଏମିତି ସବୁକିଛି ଅଛି ଅଛି, ଯାହା ହେବାର ଥିଲା। ଆପଣମାନେ ବି ଯାଆନ୍ତୁ ଓ ଏହି ଫିଲ୍ମ ଦେଖନ୍ତୁ।

Share