ଦୀପିକାଙ୍କ ରୋମାନ୍ସ ଫିଲ୍ମ‘ଗେହରାଇୟାଁ’କୁ ନେଇ ବର୍ଷିଲେ ଏହି ଅଭିନେତ୍ରୀ

ନିକଟରେ ଦୀପିକା ପାଦୁକୋନ, ଅନନ୍ୟା ପାଣ୍ଡେ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଫିଲ୍ମ ଗେହରାଇୟାଁ ରିଲିଜ ହୋଇଛି । ଏହା ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି। ଫିଲ୍ମର କାହାଣୀ ନୂଆ ପିଢିରେ ଥିବା ପ୍ରେମ ସମ୍ପର୍କକୁ ନେଇ ଦେଖାଯାଇଛି । କେମିତି ସମ୍ପର୍କ ଦ୍ୱନ୍ଦ୍ୱ ସହ ଜାଲରେ ଫସି ଯାଉଛି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିଛି। ଦୀପିକା ଙ୍କ ଫିଲ୍ମକୁ ନେଇ ବର୍ତ୍ତମାନ କଙ୍ଗନା ରାଣାଓ୍ବତ ସମାଲୋଚନା କରିଛନ୍ତି।
କଙ୍ଗନା ଫିଲ୍ମକୁ ନେଇ ଇନଷ୍ଟା ଷ୍ଟୋରୀରେ ବହୁ କିଛି ଲେଖିଥିଲେ। ଏହା ବ୍ୟତୀତ ଲେଖିଛନ୍ତି, ମୁଁ ଷ୍ଟାର ଅଫ ଦି ମିଲେନିୟମ କିନ୍ତୁ ତଥାପି ଏହିପରି ପ୍ରକାରର ରୋମାନ୍ସକୁ ବୁଝିଛିି । ଏହା ସହ କଙ୍ଗନା ଲେଖିଛନ୍ତି, ଖରାପ ଫିଲ୍ମ ଗୁଡ଼ିକ ଖରାପ ହିଁ ଅଟେ । ଆପଣ ଯେତେ ଶରୀର କିମ୍ବା ଅଶ୍ଳୀଳତା ଦେଖାନ୍ତୁ ନା କାହିଁକି, ଆପଣ ଏହାକୁ ବଞ୍ଚାଇ ପାରିବେ ନାହିଁ । ଏହି ପିଲ୍ମରେ ଗଭୀରତା ତଥା ଗେହରାଇୟାଁ ଭଳି କୌଣସି ଜିନିଷ ନାହିଁ । ବର୍ତ୍ତମାନ ଏବେ ଏହା ଦେଖିବାକୁ ପଡ଼ିବ ଦୀପିକା ଏହି ପ୍ରସଙ୍ଗକୁ ନେଇ ଚୁପ ରହିବେ କିମ୍ବା ନିଜର ମୁଁହ ଖୋଲିବେ।

Share