କଙ୍ଗନାଙ୍କ ଟୁଇଟର୍‌ ଆକାଉଣ୍ଟ ସସ୍‌ପେଣ୍ଡ୍‌

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ । ସେ ଦେଶ ତଥା ବିଦେଶ ପ୍ରସଙ୍ଗରେ ନିଜର ମତ ରଖନ୍ତି। ନିକଟରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାର୍ଟି ଜିତିବା ପରେ କଙ୍ଗନା ଅନେକ ଟୁଇଟ୍‌ କରିଥିଲେ। ତାଙ୍କ ପୋଷ୍ଟରେ ସେ ଟିଏମସି ବିରୋଧରେ ଗୁରୁତର ଅଭିଯୋଗ ଆଣି ବଙ୍ଗଳା ହିଂସା ବିରୋଧରେ ନିଜର ମତ ରଖିଥିଲେ। ଏହାର କିଛି ସମୟ ପରେ କଙ୍ଗନାଙ୍କ ଟୁଇଟର ଆକାଉଣ୍ଟକୁ ସ୍ଥାୟୀଭାବେ ସସ୍‌ପେଣ୍ଡ ରଖାଯାଇଛି।

ସୋସିଆଲ ମିଡିଆରେ କଙ୍ଗନା ରାନାୱତଙ୍କୁ ଭାଜପା ଏବଂ ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ମତ ଦେଉଥିବା ପ୍ରାୟତଃ ଦେଖିବାକୁ ମିଳେ। ପଶ୍ଚିମବଙ୍ଗରେ ହୋଇଥିବା ହିଂସା ସମ୍ପର୍କରେ କଙ୍ଗନା ଟୁଇଟ କରିଥିଲେ। ସେ ତାଙ୍କର ପ୍ରଥମ ଟୁଇଟ୍‌ରେ ଲେଖିଥିଲେ – ମୁଁ ଭୁଲ କରିଥିଲି, ସେ ରାବଣ ନୁହଁନ୍ତି। ସେ ସର୍ବଶ୍ରେଷ୍ଠ ରାଜା ଥିଲେ, ଦୁନିଆର ସର୍ବଶ୍ରେଷ୍ଠ ଦେଶ ସୃଷ୍ଟି କରିଥିଲେ, ଜଣେ ମହାନ ପ୍ରଶାସକ ଥିଲେ, ଜଣେ ବିଦ୍ୱାନ ଥିଲେ ଏବଂ ତାଙ୍କ ପ୍ରଜାମାନଙ୍କର ରାଜା ଥିଲେ, ସେ ଜଣେ ରକ୍ତ ଶୋଷିତ ରାକ୍ଷାସୀ ‘ତାଡକା’। ଯେଉଁମାନେ ତାଙ୍କୁ ଭୋଟ ଦେଇଛନ୍ତି, ତାଙ୍କ ହାତ ମଧ୍ୟ ରକ୍ତରେ ଆଚ୍ଛାଦିତ ହୋଇଛି। କଙ୍ଗନା ଅନ୍ୟ ଏକ ଟୁଇଟ ମାଧ୍ୟମରେ କହିଛନ୍ତି- ଟିଏମସି ଗୁଣ୍ଡାମାନେ ଭାଜପା କର୍ମୀଙ୍କୁ ଗଣବଳାତ୍କାର କରିଛନ୍ତି। ଏହି କାରଣରୁ ତାଙ୍କ ଟୁଇଟର୍‌ ଆକାଉଣ୍ଟକୁ ସସ୍‌ପେଣ୍ଡ କରାଯାଇଛି।

Share