କଙ୍ଗନାଙ୍କୁ ନେଇ ଦମଦାର ମୁଭି ଭେଟି ଦେବାକୁ ପ୍ରସ୍ତୁତ ହେଲେଣି ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବଲିଉଡ୍ ମୁଭି ‘ ଦ କଶ୍ମୀର ଫାଇଲ୍ସ’ ଏବେ ଖୁବ୍ ଚର୍ଚ୍ଚାରେ । ଏହାର ନିର୍ଦ୍ଦେଶକ ବିବକେ ଅଗ୍ନିହୋତ୍ରୀ ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ଢିଲା ନ ଦେଇ ଖୁବ୍ ଦମରେ କାମର ଲାଗି ପଡିଥିବା ଜଣାପଡିଛି । ‘ଦ କଶ୍ମୀର ଫାଇଲ୍ସ’ର ସଫଳତାକୁ ଦେଖି କିଛି ରାଜ୍ୟରେ ଏହାକୁ ଟ୍ୟାକସ ଫ୍ରି କରି ଦିଆଯାଇଛି । ଏଥିରେ ସଫଳତା ପାଇବା ପରେ ବି ବିବେକ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ଆଗେଇ ନେବାରେ ବ୍ୟସ୍ତ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବିବେକ କୁଆଡେ ତାଙ୍କ ଆଗାମୀ ପ୍ରୋଜେକ୍ଟରେ ବଲିଉଡର ଚର୍ଚ୍ଚିତ ନାୟିକା କଙ୍ଗନା ରାନାୱତଙ୍କୁ ନେବାକୁ ସ୍ଥିର କରିଛନ୍ତି । ଯଦିଓ ଏହାର କøଣସି ଅଫିସିୟାଲ୍ ଅ।।ଉନ୍ସମେଣ୍ଟ ହୋଇନାହିଁ । ତେବେ ବିବେକ ଅଗ୍ନି ହୋତ୍ରୀ ଓ କଙ୍ଗନା ରାନାୱତଙ୍କ ବଣ୍ଡିଂ କୁଆଡେ ବେଶ୍ ଭଲ ବୋଲି ଆଲୋଚନା ହେଉଛି । ତେବେ ବିବେକଙ୍କ ସହ କାମ କରିବାକୁ କଙ୍ଗନା ଏକଦମ ରାଜି ହେଇଯାଇଥିବା ବେଳେ ଦୁଇ ଜଣଙ୍କ ଆଇଡିଓଲୋଜି ସମାନ ଥିବାରୁ ବିବେକ ଅଗ୍ନିହୋତ୍ରୀ ତାଙ୍କୁ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ସାଇନ୍ କରିଥିବା ଶୁଣିବାକୁ ମିଳିଛି ହେଲେ ଏହାର ଅଫିସିୟାଲ ଆନଉନ୍ସମେଣ୍ଟ କରାଯାଇ ନାହିଁ ।

Share