ଫିଲ୍ମ ‘ଏମରଜେନ୍ସି’ରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ର ସହ ନିଜକୁ ଯୋଡିବାକୁ ଚାହୁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିଜର ସ୍ୱତନ୍ତ୍ର ଶୈଳିର ଅଭିନୟକୁ ନେଇ ଦର୍ଶକଙ୍କ ନିକଟରେ ତିଆରି କରିଛନ୍ତି ଏକ ଭିନ୍ନ ପରିଚୟ । ନିଜ ଅଭିନୟରେ ଲୌହ ମାନବୀ ବୋଲି ଧରି ନେଇଥିବା କଙ୍ଗନା ଏବେ ରାଜନୀତିର ଏକ ବହୁତ ବଡ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ବି ସେ ଏମିତି ଚରିତ୍ରରେ ଅଭିନୟ କରିଛନ୍ତି ହେଲେ ଏହା ତାଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର ବୋଲି କୁହାଯାଏ । କଥା ହେଲା କଙ୍ଗନା ଏବେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ‘ଇନ୍ଦିରା ଗାନ୍ଧୀ’ଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ପ୍ରଶଂସକମାନେ ତାଙ୍କୁ ଇନ୍ଦିରା ଭୂମକାରେ ବଡ ପରଦାରେ ଦେଖିବାକୁ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ସର୍ବଦା ସେ ତାଙ୍କ ଚରିତ୍ରକୁ ଏକ ଭିନ୍ନ ରୂପ ଦେଇଥାଆନ୍ତି । ଏବେ ତାଙ୍କ ଅଭିନୀତ ଫିଲ୍ମ ‘ଏମରଜେନ୍ସି’ ପରଦାରେ କେତେ ସକ୍‌ସେସ ହେବ ତାହା କେବଳ ସମୟ କହିବ ।
ସୂଚନାଯୋଗ୍ୟ, କଙ୍ଗନା ରାନାୱତ ତାଙ୍କ ଅଗାମୀ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଏବେ ଅଛନ୍ତି ଚର୍ଚ୍ଚାରେ । ଯେଉଁଥିରେ ସେ ଇନ୍ଧିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏମରଜେନ୍ସିକୁ ୪୭ ବର୍ଷ ପୂରଣ ହେବା ଅବସରରେ ୧୯୭୫ରେ ହୋଇଥିବା ଏମରଜେନ୍ସି ଦିନର ଏକ ସମାଚାର କ୍ଲିପିଙ୍ଗ କଙ୍ଗନା ଶେୟାର କରିଛନ୍ତି । ସେ ତାଙ୍କ ଆଗାମୀ ଫିଲ୍ମର ଏକ ଛୋଟିଆ ଅଂଶ ଶେୟାର କରିଛନ୍ତି, ଯାହା ୨୫ ଜୁନ ୧୯୭୫ର ଯେତେବେଳେ ଦେଶରେ ଏମରଜେନ୍ସି ଘୋଷଣା କରାଯାଇଥିଲା ।
କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ଏହା ବିଶ୍ୱ ଇତିହାସରେ ସବୁଠାରୁ ନାଟକୀୟ ଘଟଣା ଥିଲା । ଏହି ଏମରଜେନ୍ସି କାହିଁକି ଘୋଷଣା କରାଯାଇଥିଲା ଓ ଏହାର ପରିଣାମ କ’ଣ ହୋଇଥିଲା । ଏହାର କେନ୍ଦ୍ରରେ ଥିଲେ ବିଶ୍ୱର ଜଣେ ସବୁଠାରୁ ଶକ୍ତିଶାଳୀ ମହିଳା । ଏସବୁ ଜାଣିବା ପାଇଁ ଆସନ୍ତା ବର୍ଷ ଏମରଜେନ୍ସି ସହ ଦେଖାହେବ ସିନେମା ହଲରେ ।

Share