ଏକତାଙ୍କ ନୂଆ ରିୟଲିଟି ଶୋ’କୁ ହୋଷ୍ଟ କରିବେ କଙ୍ଗନା

ମୁମ୍ବାଇ: ବଲିଉଡ ଦୁନିଆରେ ନିଜର ପାୱାରଫୁଲ ପରଫରମାନ୍ସକୁ ନେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ କଙ୍ଗନା ରାନାୱତ । ଏବେ ସେ ଏକତା କପୁରଙ୍କ ଅପକମିଙ୍ଗ ରିୟଲିଟି ଶୋ’କୁ ହୋଷ୍ଟ କରିବାକୁ ଯାଉଛନ୍ତି । ଏନେଇ ନିଜେ କଙ୍ଗନା ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ଏଥିରେ ସେ ଲେଖିଛନ୍ତି ମୁଁ ମୋର ପ୍ରଥମ ଶେ’ ହୋଷ୍ଟ କରିବାକୁ ଯାଉଛି ଫର୍ ଲେଡି ବସ୍ ଏକତା କପୁର ।
ଏକତା କପୁରଙ୍କ ସୋସିଆଲ ମିଡିଆ ଟିମ୍ ସୋମବାର ତାଙ୍କ ଅପକମିଙ୍ଗ ରିୟଲିଟି ଶୋ’ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହାର ପୋଷ୍ଟରରେ ଦର୍ଶାଯାଇଛି ଏହା ସବୁଠାରୁ ବଡ ଓ ମୋଷ୍ଟ ଫିୟରଲେସ ରିୟଲିଟି ଶୋ’ । ଆମେରିକାନ ଶୋ’ଟେମ୍ପଟେଶନ ଆଇଜଲାଣ୍ଡ’ର ଏହା ଇଣ୍ଡିଆନ ଆଡପଶନ ବୋଲି କୁହାଯାଉଥିବା ବେଳେ ଏ ସମ୍ପର୍କରେ କିନ୍ତୁ ସଠିକ ତଥ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Share