Categories: ଜାତୀୟ

କଙ୍ଗନାଙ୍କ ପାଇଁ ଜାରି ହେଲା ସମନ

ନୂଆଦିଲ୍ଲୀ, ୨୫।୧୧: ସୋସିଆଲ ମିଡିଆରେ ଶିଖ୍‌ ବିରୋଧୀ ମନ୍ତବ୍ୟ ଦେଇଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତ୍‌ଙ୍କୁ ସମନ ଜାରି କରିଛି ଦିଲ୍ଲୀ ବିଧାନସଭା କମିଟି। ଏଥିରେ ଆସନ୍ତା ୬ ତାରିଖରେ ଆମ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ଅଧ୍ୟକ୍ଷତାରେ ଗଠିତ ଶାନ୍ତି ଓ ସଦ୍‌ଭାବନା କମିଟି ନିକଟରେ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ଶିଖ୍‌ମାନେ ଖଲିସ୍ତାନୀ ଆତଙ୍କବାଦୀ ବୋଲି ମନ୍ତବ୍ୟ ଦେଇ କଙ୍ଗନା ବିବାଦ ଘେରକୁ ଆସିଛନ୍ତି। ସୋସିଆଲ ମିଡିଆରେ ସେ ବ୍ୟବହାର କରିଥିବା ଅପମାନଜନକ ଭାଷା ପାଇଁ ଶିଖ୍‌ ସମ୍ପ୍ରଦାୟ ସଦସ୍ୟଙ୍କ ଅଭିଯୋଗକ୍ରମେ ଗତ ମଙ୍ଗଳବାର ତାଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା। ଇନ୍‌ଷ୍ଟାଗ୍ରାମରେ ତାଙ୍କର ଅପମାନଜନକ ମନ୍ତବ୍ୟକୁ ନେଇ ବିଧାନସଭା କମିଟି ନିକଟରେ ଏକାଧିକ ଅଭିଯୋଗ ହୋଇଥିଲା।

Share