ରାଗିଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ। ତାଙ୍କ ବୟାନୁ ନେଇ ପ୍ରାୟ ସବୁବେଳେ ସେ ହେଡଲାଇନରେ ରହିଥାଆନ୍ତି। କଙ୍ଗନା କୌଣସି ପ୍ରସଙ୍ଗରେ ନିଜର ମତାମତ ଦେବାରେ ପଛଘୁଞ୍ଚା ଦିଅନ୍ତି ନାହିଁ, ଯେଉଁ କାରଣରୁ ସେ ଅନେକ ଥର ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି। ଏଥର କଙ୍ଗନା ଟୁଇଟରରେ ସର୍ଟସ ପିନ୍ଧି ମନ୍ଦିରକୁ ଯାଇଥିବା ଜଣେ ଯୁବତୀଙ୍କୁ ଗାଳି ଦେଇଛନ୍ତି। କେବଳ ଏତିକି ନୁହେଁ, କଙ୍ଗନା ନିଜର ଏକ କିସ୍ସା ବି ଶେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କୁ ମଧ୍ୟ ସର୍ଟ ଏବଂ ଟି-ସାର୍ଟରେ ଭାଟିକାନ ସିଟିରେ ପ୍ରବେଶ କରିବାକୁ ବାରଣ କରାଯାଇଛି।

ଜଣେ ୟୁଜର ଟୁଇଟରରେ ଏକ ପୋଷ୍ଟ ଶେୟାର କରିଛନ୍ତି ଯେଉଁଥିରେ ଝିଅମାନେ ହିମାଚଳର ବୈଜନାଥ ଶିବ ମନ୍ଦିରକୁ ଶର୍ଟସ ପିନ୍ଧିରେ ଯାଇଥିଲେ। ୟୁଜର ଟୁଇଟ କରିଛନ୍ତି- ଏହା ହେଉଛି ହିମାଚଳର ପ୍ରସିଦ୍ଧ ଶିବ ମନ୍ଦିର ବୈଜନାଥଙ୍କ ଦୃଶ୍ୟ। ବୈଜନାଥ ମନ୍ଦିରରେ ଏମିତି ପହଞ୍ଚିଛନ୍ତି ଯେମିତି ଆପଣ ଏକ ପବ କିମ୍ବା ନାଇଟ କ୍ଲବକୁ ଯାଇଛନ୍ତି । ଏପରି ଲୋକଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯିବା ଉଚିତ ନୁହେଁ। ମୁଁ ଏହାକୁ ଦୃଢ ବିରୋଧ କରୁଛି। ଏସବୁ ଦେଖି, ଯଦି ମୋର ଚିନ୍ତାଧାରାକୁ ଛୋଟ କିମ୍ବା ଘଟିୟା କୁହାଯାଏ, ତେବେ ଏହା ମଧ୍ୟ ଗ୍ରହଣୀୟ ।

 

Share